lika

ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସିପିଆଇ ନେତା ସ୍ୱର୍ଗତ ଏନ୍. ଇରେଶୁ ଆଚାରୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

gbag

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସିପିଆଇ ନେତା ସ୍ୱର୍ଗତ ଏନ୍. ଇରେଶୁ ଆଚାରୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଗତକାଲି ପାଳିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମସ୍ଥ ସିପିଆଇ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଆଡ଼୍‌ଭୋକେଟ ଡି. ଆଦି ନାରାୟଣ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରାଦ୍ଧ ଦିବସରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଆଇନଜୀବୀ ରାମଚନ୍ଦ୍ର ବେହେରା, ପୂର୍ବତନ ଛତ୍ରପୁର ସିପିଆଇ ଜୋନାଲ ସମ୍ପାଦକ ଏସ୍‌. କ୍ରିଷ୍ଣା ରେଡ୍ଡୀ, ଶ୍ରମିକ ନେତା ଗୁରୁଦେବ ବେହେରା, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ନବୀନ ଗୌଡ, ଟି. ନାରାୟଣ ରେଡ୍ଡୀ, ସ୍ୱର୍ଗତ ଆଚାରୀଙ୍କ ପୁଅ ଏନ୍‌. ସୁକାନ୍ତ ଆଚାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁ ଛାମୁଆ ନେତା ଓ କର୍ମୀମାନେ ଯୋଗଦେଇ ସ୍ୱର୍ଗତ ଆଚାରୀଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସମସ୍ତେ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

babaa
Leave A Reply

Your email address will not be published.