pakka

ଛତ୍ରପୁର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ସହାୟତା ଚିହ୍ନଟକରଣ ଶିବିର ଅନୁଷ୍ଠିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସୌଜନ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଛତ୍ରପୁର ବ୍ଲକସ୍ତରୀୟ ସହାୟତା ଚିହ୍ନଟକରଣ ଶିବିର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ତହସିଲଦାର ତଥା ବିଡିଓ ଦାୟିତ୍ୱ ବହନକାରୀ ପ୍ରକାଶ କୁମାର ମିଶ୍ରଙ୍କ ପୌରାହିତ୍ୟରେ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୀରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ.ଶାରାଦା ରେଡ୍ଡୀ, ୧୯ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମୀତା ନାହାକ, ୨୦ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଏମ.ଧନଞ୍ଜୟ ରେଡ୍ଡୀ, ଏବିଡିଓ ଜୟଶ୍ରୀ ନାୟକ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସନ୍ତୋଷିନୀ ସେଠୀ ପ୍ରମୁଖ ଯୋଗଦେଇ ଶିବିରକୁ ଶୁଭ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ ସଂଯୋଜନା କରିଥିବା ବେଳେ ଓଡିଶା ଜିବୀକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିର ୨୦୧ଜଣ ଭିନ୍ନକ୍ଷମ ନାମ ପଞ୍ଚିକରଣ କରିଥିଲେ । ସେଥି ମଧ୍ୟରୁ ୧୪୩ଜଣଙ୍କୁ ବିଭିନ୍ନ ସହାୟତା ପ୍ରଦାନ ନିମନ୍ତେ ଚୟନ କରାଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକର ସମସ୍ତ ଜନପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ଭିନ୍ନକ୍ଷମମାନଙ୍କୁ ଶିବିରକୁ ଆଣିବା ନିମନ୍ତେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ଛତ୍ରପୁର ଉପଖଣ୍ଡ ସାମିଜକ ସୁରକ୍ଷା ଅଧିକାରିଣୀ ପି. ପଦ୍ମା ଓ ବ୍ଲକ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଏବଂ ୟୁଥ ଫର୍‌ ସୋସିଆଲ ଡେଭ୍‌ଲମେଣ୍ଟ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

eleven − three =

error: Content is protected !!