oom

ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକ ଓ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ବିଭିନ୍ନ ଉତ୍ସବ ଆୟୋଜିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ମହଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ତଥା ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ସେକ୍ଟର-୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗ ମନ୍ଦିର ଓ ବିଦ୍ୟାଳୟ ଆନୁକୂଲ୍ୟରେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବ ଏଠାକାର ସ୍କୁଲମାନଙ୍କରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବମାନଙ୍କରେ ରାଉରକେଲାର ବିଭିନ୍ନ ସ୍କୁଲର ଉଭୟ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ଉତ୍ସବ ଗୁଡିକ ହେଲା ଓଡ଼ିଆ ରଚନା ଲିଖନ, ଇଂରାଜୀ ରଚନା, ଓଡ଼ିଆ ବକ୍ତୃତା, ଇଂରାଜୀ ବକୃତା ସଂଗୀତୋତ୍ସବ ଓ କ୍ଵିଜ୍‌ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡିକୁ ଶ୍ରୀଅରବିନ୍ଦ ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ, ଗୀତାରାଣୀ ବେହେରା, ସ୍ୱପ୍ନା ଘୋଷ, ରସରାଜ ନାୟକ, ଅଞ୍ଜଳି ମହାନ୍ତି, ରଂଜିତ ଦାଶ, ତପସ୍ୱିନୀ କର, ଶ୍ରୀଧର ସାହୁ, ଜୟଶ୍ରୀ ମାନକି, ବନ୍ଦନା ଦାଶ, ସୌମ୍ୟ ପାଣିଗ୍ରାହୀ, ଅନ୍ଵେଷା ରାଉତ, ପାମେଲୀ ଘୋଷ, ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ, ସଂପାଦକ ଡାକ୍ତର ପ୍ରଶାନ୍ତ ପାତ୍ର, ଡକ୍ଟର କିଶୋରୀ ଦାଶ, ନିବେଦିତା ପଟ୍ଟନାୟକ, ଚିତ୍ତରଞ୍ଜନ ନନ୍ଦୀ ପ୍ରମୁଖ ଆନ୍ତରିକତା ସହ ଆୟୋଜନ କରିଥିଲେ । ପ୍ରକାଶ ଥାଉ କି ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଉଦ୍‌ଯାପନ ଆସନ୍ତା ଅଗଷ୍ଟ ୭ ତାରିଖ ରବିବାର ଦିନ ସ୍ଥାନୀୟ ସିଭିକ ସେଣ୍ଟରଠାରେ ସକାଳ ୧୦ ଟାରୁ ୧ଟା ଓ ସନ୍ଧ୍ୟା ୬ଟାରୁ ରାତି ୯ ଯାଏ ଅନୁଷ୍ଠିତ ହେବ । ଏହି ଅବସରରେ ଅଗଷ୍ଟ ୪ ତାରିଖ ଗୁରୁବାର ଦିନ ସକାଳ ୧୦ଟା ୩୦ ମିନିଟ୍ ସମୟରେ ଶ୍ରୀଅରବିନ୍ଦ ଯୋଗ ମନ୍ଦିର ସ୍ଥିତ ଏନେକ୍ସ ହଲ୍‌ରେ ଏକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ସମ୍ମିଳନୀର ଆୟୋଜନ କରାଯାଇଛିି । ବିଭିନ୍ନ ଗଣମାଧ୍ୟମରେ ପ୍ରତିନିଧିତ୍ୱ କରୁଥିବା ବନ୍ଧୁମାନେ ଏଥୀରେ ସକ୍ରିୟ ଅଂଶଗ୍ରହଣ କରି ଏହି ମହାନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.