pakka

ମିଗ୍‌-୨୧ ବିମାନ ଦୁର୍ଘଟଣାରେ ହିମାଚଳର ସୁପୁତ୍ର ମଣ୍ଡି ନିବାସୀ ପାଇଲଟ ମୋହିତ ଶହୀଦ

bbehera

ମଣ୍ଡି : ରାଜସ୍ଥାନର ବାରମେରରେ ମିଗ୍‌-୨୧ ବିମାନ ଦୁର୍ଘଟଣାରେ ମଣ୍ଡି ଜିଲ୍ଲାର ଜଣେ ସୁପୁତ୍ର ଶହୀଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୯ ଟା ସମୟରେ ଏହି ବିମାନ ଦୁର୍ଘଟଣା ଘଟିଥିଲା । ଶହୀଦ ଜଣକ ରାମ ପ୍ରକାଶଙ୍କ ପୁତ୍ର ମୋହିତ ସଂଘୋଲର ବାସିନ୍ଦା ବୋଲି ଜଣାପଡିଛି । ମୋହିତ ପାଇଲଟ୍ ଭାବରେ ପୋଷ୍ଟିଂ ହୋଇଥିଲେ । କୁହାଯାଉଛି ଯେ, ମୋହିତ ୧୫ ଦିନ ପୂର୍ବରୁ ଛୁଟିରେ ନିଜ ଜନ୍ମ ଗାଁକୁ ଆସିଥିଲେ ।

ତେବେ ମୋହିତଙ୍କ ପୁରା ପରିବାର ଚଣ୍ଡିଗଡ଼ରେ ରହୁଛନ୍ତି, ମୋହିତଙ୍କ ପିତା ରାମପ୍ରକାଶ କର୍ଣ୍ଣେଲ ଭାବରେ ଭାରତୀୟ ସେନାରୁ ଅବସର ନେଇଛନ୍ତି । ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ କୁହାଯାଉଛି ଯେ, ମୋହିତଙ୍କ ଶେଷ ରୀତି ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ । ଡିସି ମଣ୍ଡି ଅରିନ୍ଦମ ଚୌଧୁରୀ ମୋହିତଙ୍କ ଶହୀଦତାକୁ ନିଶ୍ଚିତ କରିଛନ୍ତି ।

jay balangir
Leave A Reply

Your email address will not be published.

six − 3 =

error: Content is protected !!