pakka

ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରର ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞନ ମେଳା ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ସବିତା ମିର୍ଦ୍ଧା ଗୁରୁମା ଅଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବୁଲୁ ସାହୁ ଗୁରୁଜୀ ସଂଯୋଜନା କରିଥିଲେ । ଶିଶୁ ବାଟିକା ବିଭାଗରୁ ୪୬ ଜଣ ପ୍ରଥମରୁ ତୃତୀୟ ଶ୍ରେଣୀରୁ ୭୧ ଜଣ ଭାଇ ଭଉଣୀ ବିଜ୍ଞାନ ପ୍ରକଳ୍ପରେ ପ୍ରଦର୍ଶନରେ ଭାଗ ନେଇଥିଲେ । ସେହିପରି ବିଦ୍ୟା ମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଆରୁଣପ୍ରଭା ମହାପାତ୍ର ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଦୁଃଖିଶ୍ୟାମ ଗୁରୁଜୀ ଅତୀଥି ପରିଚୟ ପ୍ରଦାନ କରିଥିଲେ । ଚୈତନ୍ୟ ଭୋଇ ବିଦ୍ୟା ମନ୍ଦିର ପ୍ରମୁଖ ସ୍ୱାଗତ ଭାଷଣ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗୋପବନ୍ଧୁ ଗୁରୁଜୀ ସଂଯୋଜନା କରିଥିବା ବେଳେ ବିବେକାନନ୍ଦ ଗୁରୁଜୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ଶିଶୁବର୍ଗରୁ ୪୩ ଜଣ, ବାଲ ବର୍ଗରୁ ୩୯ ଜଣ ଓ କିଶୋର ଵର୍ଗରୁ ୦୬ ଜଣ ଭାଇ ଭଉଣୀ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନରେ ଭାଗ ନେଇଥିଲେ ଏବଂ ୧୧ ଜଣ ଭାଇ ଭଉଣୀ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

jay balangir
Leave A Reply

Your email address will not be published.

thirteen − five =

error: Content is protected !!