pakka

ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗଠାରେ ଜୁନିୟର ରେଡକ୍ରସ ଓ ଅମରାବତୀ ୟୁକୋ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଓ ସମ୍ମାନିତ ଅତିଥି ଭାବରେ ଏବିଇଓ ଆର୍ତ୍ତତ୍ରାଣ ରଥ, ବ୍ଲକ କଲୋନୀ ସିଆରସିସି ଚିନ୍ତାମଣି ସାହୁ, ଗଣ୍ଡପତ୍ରାପାଲି ସିଆରସିସି ହରେକୃଷ୍ଣ ନାଗ ଯୋଗଦାନ କରିଥିଲେ । ଭବିଷ୍ୟତ ପିଢି ପାଇଁ ପରିବେଶ ସଂରକ୍ଷଣର ଆବଶ୍ୟକତା ଅଛି । ପ୍ରାକୃତିକ ସଂପଦ ସଂରକ୍ଷଣର ଆବଶ୍ୟକତାକୁ ସମସ୍ତେ ବୁଝିବା ଦରକାର । ବିଲୁପ୍ତ ଦ୍ୱାର ଦେଶରେ ଥିବା ପ୍ରାଣୀ ଓ ଉଦ୍ଭିଦ ବଂଚାଇବା ହେଉଛି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସର ପ୍ରାଥମିକ ଲକ୍ଷ୍ୟ । ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ନିତାନ୍ତ ଜରୁରି ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ଏକ ଶପଥ ପାଠ ହୋଇଥିଲା ଓ ପରିଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ ସଂପାଦିତ ହୋଇଥିଲା । ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ମାର୍ଗଦର୍ଶନରେ ଉକ୍ତ କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ କାଉନସିଲର ତଥା ପ୍ରକୃତିବନ୍ଧୁ ଶିକ୍ଷକ ରାମନାରାୟଣ ଦାଶ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁଦର୍ଶନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଲ, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ, ଯଶୋବନ୍ତୀ ସୁନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

nineteen + 14 =