pakka

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

bbehera

ରାଉରକେଲା, (କେପିଏନ୍‌ଏସ୍‌) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେକେ ରାଓଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଡାକ୍ତର ସୁଶାନ୍ତ କୁମାର ପାଣି ଆଲୋଚ୍ୟ ବିଷୟ ଗୀତି କବିତାରେ ଆଧ୍ୟାତ୍ମିକ ଚେତନା ସଂପର୍କରେ ଆଲୋଚନା କରିଥିଲେ । ଡାକ୍ତର ଶ୍ରୀ ପାଣି ପୁରାତନ କବିଙ୍କ ଗୀତି କବିତାକୁ ସ୍ୱର ଦେବାସହ ରାଧା କୃଷ୍ଣଙ୍କ ସାସ୍ୱତ ପ୍ରେମ କିପରି ଗୀତି କବିତା ମାଧ୍ୟମରେ ପରିପୁଷ୍ଟନ ହୋଇଛି ମତ ରଖିଥିଲେ । ଏହି ଅବସରରେ କିଶୋରୀ ମୋହନ କର ‘ଜରାଶ୍ରମ’ ସଂପର୍କରେ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ସୁଶାନ୍ତ କୁମାର ନାୟକ ଓ ରଶ୍ମି ସାହୁଙ୍କ ସଂଯୋଜନାରେ କବି ସର୍ବଶ୍ରୀ ତାରିଣୀ ଚରଣ ସାହୁ, ଅଜୟ କୁମାର ମହାନ୍ତି, କୁଞ୍ଜବିହାରୀ ରାଉତ, ପ୍ରଫୁଲ୍ଲ କୁମାର ସାମଲ, ତ୍ରିଲୋଚନ ମଥାନ, ନିବେଦିତା ନନ୍ଦ, ସୁବାସ ଚନ୍ଦ୍ର ଲେଙ୍କା, ବବିତା ମହାଳିକ, ଉର୍ବଶୀ ଦାଶ ପତି, ଉପେନ୍ଦ୍ର ବସ୍ତିଆ, ସୁଶ୍ରୀ ଶ୍ରେୟସୀ ସାହୁ, ଜ୍ଞାନ ରଂଜନ ମିଶ୍ର, ପ୍ରକାଶ ଚନ୍ଦ୍ର ସେଠୀ ଓ ସଂଯୋଜକ ଦ୍ୱୟ କବିତା ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭପତିତ୍ୱ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରସନ୍ନ କୁମାର ସାବତ, ବିଦ୍ୟୁତପ୍ରଭା ସାବତ, ସୁଜାତା ସାହୁ, ଗୀତାଞ୍ଜଳି ମହାରଣା, କୌଶଲ୍ୟା ମହାରଣା, ପ୍ରିୟା ପାତ୍ର, ନିରୁପମା ଚାନ୍ଦ, ବିବେକ କୁମାର ପାତ୍ର, ରବିନ୍ଦ୍ର ଠାକୁର, ଦୀପ୍ତିଲତା ବେହେରା, କମଳ ଆଚାର୍ଯ୍ୟ, ଅଶୋକ କୁମାର ପଟ୍ଟନାୟକ, ନିରୁପମା ପାଣି, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, କବିତା ଦାଶ, ଗଦାଧର ରଥ, ଅନୀଲ କୁମାର ଦାଶ, ଗୌତମ ଦାସ, ଶରତଚନ୍ଦ୍ର ରାଉତ ଓ ଅଜୟ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

three × 4 =