pakka

ସରକାରୀ ମହିଳା ମହାବିଦ୍ୟାଳୟ ସମସ୍ୟା : ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସ୍ଥଗିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଛଟେଇ ହୋଇଥିବା ସମସ୍ତ କର୍ମଚାରୀ ସଂଗଠନର କର୍ମଚାରୀ ଏବଂ ସମର୍ଥନ କରିଥିବା ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଗତକାଲି ଜିଲ୍ଲା ପ୍ରଶାସନ, କଲେଜ କର୍ତ୍ତୃପକ୍ଷ, ଶ୍ରମ ବିଭାଗ ଅଧିକାରୀମାନେ ଏବଂ ଆନ୍ଦୋଳନ ରତ କର୍ମଚାରୀଙ୍କ ପ୍ରତିନିଧିଙ୍କ ମିଳିତ ବୈଠକରେ ହୋଇଥିବା ନିଷ୍ପତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ପ୍ରକାଶ ଥାଉକି ଗତକାଲି ୩୦/୦୭/୨୦୨୨ ସନ୍ଧ୍ୟା ସମୟରେ ମିଳିତ ବୈଠକରେ ସଂଗଠନର ସମସ୍ତ ଦାବୀ କର୍ତ୍ତୃପକ୍ଷ ମାନି ନେଇ ଲିଖିତ ଆକାରରେ ଜଣାଇଥିବାରୁ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଯାଇଛି । ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ସହ ପୂନଃ ନିଯୁକ୍ତି ଓ ତୁରନ୍ତ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ନେଇ ଥିବାରୁ କଲେଜ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗର ଅଧିକାରୀ, ଆଦର୍ଶ ଥାନା ଅଧିକାରୀ ବଲାଙ୍ଗିରଙ୍କ ଉପସ୍ଥିତିରେ ବିଳମ୍ବ ହେଲେ ମଧ୍ୟ ଦାବୀକୁ ଯଥାର୍ଥ ଜଣାଇ ଗ୍ରହଣ କରିଥିବାରୁ ସଂଗଠନ ତରଫରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି । ଆନ୍ଦୋଳନର ସମର୍ଥନରେ ଆସିଥିବା ନାଗରିକ କମିଟିର ସଂପାଦକ ମନୋରଂଜନ ସାହୁ, ବିଶ୍ୱ ହିନ୍ଦୁ ପରିଷଦର ମାତୃଶକ୍ତିର ଜିଲ୍ଲା ପ୍ରମୁଖ ଶ୍ରୀପଦା ଷଡଙ୍ଗୀ, ୟୁଥ ଏକ୍ସନ କମିଟିର ସଂଯୋଜକ ରିଲୁ ରଥ, ଆଶାକର୍ମୀ ସଂଗଠନର ସମି ଗୁପ୍ତା, ସାଏନୁ ନନ୍ଦ, ଜିଲ୍ଲା ଏଆଇଟିୟୁସିର ଉପସଭାପତି ତୀର୍ଥ ପଧାନ, ପାଚିକା ସଂଘର ଜଗବନ୍ଧୁ ବେହେରା, ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ଅରୁଣ ସାହୁ, ଭିଲିଜର୍ସ ଇଣ୍ଡିଆ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ବିପିନ କୁଶଲିଆ, ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ସହ ପ୍ରଚାରକ ପବିତ୍ର ଦାସ, କର୍ତ୍ତବ୍ୟ ଫାଉଣ୍ଡେସନର ଅଧ୍ୟକ୍ଷ କାହ୍ନା ଶତପଥୀ, କୃଷକ ସଂଘର୍ସ ସମିତିର ମଧୁସୁଦନ କ୍ଷେତି, ମୋତିଲାଲ ମିଶ୍ର, ଓବିିସି ମଂଚର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସତ୍ୟ ବନଛୋର, ଆଇଏନ୍‌ଟିୟୁସିର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ ଏବଂ ସମସ୍ତ ବୈଦୁତିକ ଏବଂ ଛାପା ଖବରଦାତା ବନ୍ଧୁମାନଙ୍କୁ ଏ ଆନ୍ଦୋଳନର ସଫଳତା ପାଇଁ ୟୁନାଇଟେଡ୍‌ ଟ୍ରେଡ ୟୁନିୟନ ଅଫ୍‌ ବଲାଙ୍ଗିର ସଂଗଠନ ତରଫରୁ ବିଭୁଦତ୍ତ ମିଶ୍ର, ବିନୋଦ କାଲସାଏ, ପ୍ରିତମ ଠାକୁର ପ୍ରମୁଖଙ୍କ ତରଫରୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଯାଇଛି ।

jay balangir
Leave A Reply

Your email address will not be published.

19 − 16 =