csstore

ନୃସିଂହନାଥ ବୃଦ୍ଧାଶ୍ରମରେ ସ୍ୱର୍ଗତ ଶୁକ୍ରୁବାରୀ ଭଇଁଶାଲଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଅବସ୍ଥିତ ନୃସିଂହନାଥ ବୃଦ୍ଧାଶ୍ରମରେ ଗତ ୨୧ ତାରିଖ ଦିନ ବୃଦ୍ଧାଶ୍ରମର ଅନ୍ତେବାସୀ ଶ୍ରୀମତୀ ଶୁକ୍ରୁବାରୀ ଭଇଁଶାଲଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ବୃଦ୍ଧାଶ୍ରମ ମୁଖ୍ୟ ଡା. ବୁଲୁ ବାରିକ, ସଂପାଦକ ରାଜେଶ ସାଙ୍କ ନେତୃତ୍ୱରେ ପାଇକମାଲ ସମାଜସେବୀମାନଙ୍କୁ ନେଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଆଜି ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ତଥା ପାଇକମାଲ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ବୃଦ୍ଧାଶ୍ରମଠାରେ ଶୁଦ୍ଧିକ୍ରିୟା ଓ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପାଇକମାଲ ଅଞ୍ଚଳର ବହୁ ସମାଜସେବୀ ଓ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ସଭାପତି ତଥା ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ମନୋଜ ତ୍ରିବେଦୀ ଯୋଗ ଦେବା ସହିତ ନୃସିଂହନାଥ ବୃଦ୍ଧାଶ୍ରମକୁ ମହାବିଦ୍ୟାଳୟ ତରଫରୁ ପାଞ୍ଚ ହଜାର ଟଙ୍କା ଏକ ଅନୁଦାନ ରାଶି ପ୍ରତ୍ୟେକ ମାସ ପ୍ରଦାନ କରିବା ପାଇଁ ଘୋଷଣା କରିଥିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବୃଦ୍ଧାଶ୍ରମ ସଭାପତି ଡା. ବୁଲୁ ବାରିକ, ସଂପାଦକ ରାଜେଶ ସା, ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ପାଇକମାଲ ଫାର୍ମସିଷ୍ଟ ଚିତ୍ତରଞ୍ଜନ ଦାସ, ସୁକାନ୍ତ ପତି, ଗୌତମ ସିଂ, ଆଶୁତୋଷ ସାହୁ, କ୍ରିଷ୍ଣା ଅଗ୍ରୱାଲ, ସୁଶାନ୍ତ ନାଗ, ଯୋଗେନ୍ଦ୍ର ଭୋଇ, ଦୁଖୁ ବେହେରା, ନିମାଇଁ ଚରଣ ସ୍ୱାଇଁ, ମହାଦେବ ବେହେରା, ଚିତ୍ତରଞ୍ଜନ ସରାଫ, ମୁଜାଫର ହୁସେନ, ଲୋହିତ ବାରିକ, ପ୍ରଦୀପ ସାହୁ, ହରେକୃଷ୍ଣ ସୁନା, ଦୁଷ୍ମନ୍ତ ଖମାରୀ, ରବି ନାରାୟଣ ସାହୁ, ରାଜେନ୍ଦ୍ର ସେଠ, ଦେବେନ୍ଦ୍ର ସାହୁ, ଇନ୍ଦ୍ରଜିତ ଭୋଇ, ସଜନ ଅଗ୍ରୱାଲ, ରତନ ଅଗ୍ରୱାଲଙ୍କ ସମେତ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଉପସ୍ଥିତ ରହି ସ୍ୱର୍ଗତ ଶ୍ରୀମତୀ ଭଇଁଶାଲଙ୍କ ଅମର ଆତ୍ମାର ସଦ୍‌ଗତି ନିମେନ୍ତ ନିରବ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.