oom

ରାଉରକେଲା କଳାକାର ଆସୋସିଏସନର ପ୍ରଥମ ବାର୍ଷିକୋତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ସଂଗଠନର କଳାକାରଙ୍କୁ ନେଇ ନବଗଠିତ ରାଉରକେଲା କଳାକାର ଆସୋସିଏସନର ପ୍ରଥମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶଙ୍କର ଜେନାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଲୁଲୁ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ମହାପ୍ରବନ୍ଧକ ବିଜୟ କୁମାର ରାଉତ ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ବକ୍ତବ୍ୟରେ କହିଥିଲେ ଯେ ସଂପ୍ରତି ରାଉରକେଲାରେ ଯେତେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି ତାହା ରାଜଧାନୀଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହି ନବଗଠିତ କଳାକାର ଆସୋସିଏସନ ନୂତନ ତଥା ପୁରାତନ ପ୍ରତିଭାକୁ ସୁଯୋଗ ଦେଇ ସେମାନଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରି ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇପାରିଛି । କଳା ଓ ସଂସ୍କୃତି ଆମ ଜୀବନ ଶୈଳୀ ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ । ତେଣୁ ଏହାକୁ ଅଧିକ ରୁଦ୍ଦିମନ୍ତ କରିବା ସହ ଆଗାମୀ ଦିନରେ ଏହି ସଂଘ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିବ ବୋଲି ମତ ରଖିଥିଲେ । ଏହି ଅବସରରେ ଅତିଥିମାନେ ସଂଗୀତ ଗୁରୁ ସୁକଦେବ ଜେନା, ସଂଗୀତ ଗୁରୁ ଆଶାଲତା ଷଡଙ୍ଗୀ ଓ ବାଦ୍ୟ ଗୁରୁ ଗୋଲକ ବିହାରୀ ରାଉତଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ, ମେମୋଣ୍ଟୋ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଯାଥଥିଲା । କାର୍ଯ୍ୟକାରୀ ସଭାପତି ସ୍ମିତା ମିଶ୍ର ମାନପତ୍ର ପାଠ କରିଥିଲେ । ମଂଚ ସଂଯୋଜନାରେ ମମତାଞ୍ଜଳି ଦାସ, ମାନସୀ ଦେ, ଶୁଭଶ୍ରୀ ସାହୁ, ଯଶୋବନ୍ତ ମହାନ୍ତି ଓ ବାଦ୍ୟ ସଂଯୋଜନାରେ ଗୁରୁ ମନୋଜ କୁମାର ନାୟକ ଓ ଗୁରୁ ସରୋଜ କୁମାର ପଣ୍ଡା ତଥା କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଜୟନ୍ତ ମଲ୍ଲିକ, ସୁକାନ୍ତ କୁମାର ବାରିକ, ପିଙ୍କି ପ୍ରିୟଦର୍ଶନୀ, ସୁଶାନ୍ତ ଗିରି, ମୁରଲୀ ଗୋସାଇଁ, ମୀନାକ୍ଷୀ ପଲେଇ, ଲିଲିରାଣୀ ପଣ୍ଡା, ଆଶା ବାଲାନ, ମନୋଜ ସେଠୀ, ବିଭୁଦତ୍ତ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଜେନା ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଶ୍ରୀ ସାହୁ ଅନୁଷ୍ଠାନର ଆଭିମୁଖ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.