om academy

ଗଞ୍ଜାମ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ସେମିନାର ଓ ବିଦାୟକାଳୀନ ସଭା ଅନୁଷ୍ଠିତ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଫକୀର ମୋହନଙ୍କ ସାହିତ୍ୟରେ ସମାଜ ସଂସ୍କାର ବିଷୟ ଆଧାରିତ ପାଠଚକ୍ର ଓ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଭାଗିରଥି ପଲାଇ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ଼. ପୁରୁଷୋତ୍ତମ ସାହୁ ଓ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ଦେବଦର୍ଶନୀ ସାହୁ ଯୋଗଦେଇ ଫକୀର ମୋହନଙ୍କ ସାହିତ୍ୟର ବିଭିନ୍ନ ବିଭାଗରେ କିପରି ସମାଜ ସଂସ୍କାର ଚିତ୍ର ପ୍ରତିଫଳିତ ସେ ସମ୍ଭନ୍ଧରେ ବିଷଦ ଭାବରେ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ସ୍ୱାଗତ ସହ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଅମିତା ଗୌଡ଼ ନିବନ୍ଧ ପଠନ କରିଥିଲେ । ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟୀ ସମର୍ଦ୍ଧନା ଦିଆଯାଇଥିଲା । ଶେଷରେ ଅଧ୍ୟାପିକା ବାଇରୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.