ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜାଦ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ଏକ ମାତ୍ର ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯେଉଁ ବିଦ୍ୟାଳୟ କି ସବୁ ବେଳେ ତାର ସ୍ୱତନ୍ତ୍ରତା ବଜାୟ ରଖି ଆସୁଛି । ପାଠ୍ୟକ୍ରମ ସହିତ ଛାତ୍ରୀମାନଙ୍କ ମାନସିକ, ଶାରୀରିକ, ଆଧ୍ୟାତ୍ମିକ, ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଛାତ୍ରୀମାନଙ୍କୁ ସମ୍ପୃକ୍ତ କରି ଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଆପ୍ରାଣ ଚେଷ୍ଟା କରୁଛନ୍ତି । ଆଜି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ଅନ୍ୟ ଅନୁଷ୍ଠାନମାନଙ୍କରେ ସୀମିତ ମହାପୁରୁଷଙ୍କ ଜନ୍ମ ଦିନ ପାଳନ କରୁଥିବା ବେଳେ ଏହି ବିଦ୍ୟାଳୟରେ ନିଆରା ଢଙ୍ଗରେ ଲୁକାୟିତ ବୀର ମହାପୁରୁଷଙ୍କ ଦେଶ ପ୍ରେମ ଛାତ୍ରୀ ମାନଙ୍କ ହୃଦୟ ସ୍ପର୍ଶ କରାଯାଉଛି । ଆଜିର ଜନ୍ମ ଉତ୍ସବରେ ଛାତ୍ରୀମାନେ ଦେଶାତ୍ମକ ବୋଧକ ଗୀତ ଗାଇବା ସହିତ ବୀର ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜୟଧ୍ଵନି ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଚନ୍ଦ୍ରଶେଖର ଆଜାଦଙ୍କ ଜୀବନୀ ଓ ବିରତ୍ୱ ବନ୍ଦନା କରିଥିଲେ । ଶିକ୍ଷୟତ୍ରୀ ଅନିମା ରାଉତ, ନମିତା ସାହୁ ସଭା ପରିଚାଳନା କରିଥିଲେ । ବିଜ୍ଞାନ ଏବଂ ଗଣିତ ଶିକ୍ଷୟତ୍ରୀ ସଂଗୀତା ସାହୁ, ରଞ୍ଜୀତା ସାହା “ଆଜାଦ”ଙ୍କ ଉପରେ ତିଆରି ଭିଡ଼ିଓ ଟି.ଭି. ପରଦାରେ ଦେଖାଇ ଥିବା ବେଳେ ହିନ୍ଦୀ ଶିକ୍ଷୟତ୍ରୀ ଉକ୍ତ ସଭାରେ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.