oom

ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଙ୍ଘର ବୈଠକ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଜିଲ୍ଲା ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଆଜି ନାବାର୍ଡ ବରଗଡ଼ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା, ଜିଲ୍ଲା ବିକାଶ ପ୍ରବନ୍ଧକ ନାବାର୍ଡ ହଟକିଶୋର ବେହେରା, ଡ଼ ନୃସିଂହ ଚରଣ ବାରିକ ମୁଖ୍ୟ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲିର ଗୋବିନ୍ଦ ଚନ୍ଦ୍ର ପଣ୍ଡା ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ, ଭୀମସେନ ସେଠି ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଣୟ କୁମାର, ମତ୍ସ୍ୟ ବିଭାଗ ଅଧିକାରୀ ଯୋଗଦାନ କରିଥିଲେ । ଏଥିରେ ନାବାର୍ଡ ପକ୍ଷରୁ ଗଠନ ହୋଇଥିବା ଚାରିଗୋଟି କୃଷକ ଉତ୍ପାଦକ ସଙ୍ଘର ନିର୍ଦ୍ଦେଶକମାନେ ଯୋଗଦାନ କରିଥିଲେ । ମହାଶକ୍ତି ଫାଉଣ୍ଡେସନର ହୃଷିକେଶ ସାହୁ କୃଷକ ଉତ୍ପାଦକ ସଙ୍ଘର ନିର୍ଦ୍ଦେଶକମାନଙ୍କୁ ବିଭିନ୍ନ ଉତ୍ପାଦନ ସଂପର୍କରେ ପରାମର୍ଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ମିହିର ରଞ୍ଜନ ସାଗର ପରିଚାଳନା କରିଥିବା ବେଳେ ସୁବୋଧ କୁମାର ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.