pakka

ମରଣଯନ୍ତା ସାଜିଛି ପ୍ରଧାନମନ୍ତ୍ରୀ ସଡକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବୈରଖପାଲି ଗ୍ରାମରୁ ବୁଡାପାଲି ଗ୍ରାମକୁ ସଂଯୋଗ କରୁଥିବା ଦୁଇଟି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗଙ୍ଗାଧର୍ ମେହେର ଉଠା ଜଳସେଚନ ପ୍ରକଳ୍ପର କାମ ଚାଲିଥଲା । ରାସ୍ତାରେ ଗାତ ଖୋଳି ନଳ ପୋତା ଯାଇଛି, ହେଲେ ଉକ୍ତ କାମକୁ ଠିକାରେ କାମ କରୁଥିବା ସଂସ୍ଥା ସେହି ସ୍ଥାନକୁ ଠିକ ଭାବରେ କଂକ୍ରିଟ ବା ସମତଳ କରି ନାହାନ୍ତି । ଦୁର୍ଭାଗ୍ୟ ବଶତଃ ସେହି ସ୍ଥାନରେ ଯେ କୌଣସି ବ୍ୟକ୍ତିଙ୍କର ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖୁବ୍ ଶୀଘ୍ର ରାସ୍ତାର ମରାମତି କରାଯାଉ ବୋଲି ଦାବୀ କରାଯାଇଛି ।

jay balangir
Leave A Reply

Your email address will not be published.

18 + ten =

error: Content is protected !!