pakka

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସିଏସସି ଆସୋସିଆସନ ଗାଇସିଲେଟ ବ୍ଲକ ତରଫରୁ ଶ୍ରଦ୍ଧାକର ସାହୁଙ୍କର ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଡାଙ୍ଗବାହାଲରୁ ଲେବିଡ଼ି ରାସ୍ତାରେ ପ୍ରାୟ ୧୦୦ରୁ ଅଧିକ ଚାରା ଲଗା ଯାଇଥିଲା । ସମାଜକୁ ପରିବେଶ ବଞ୍ଚାଅ ବାର୍ତ୍ତା ଦେବା ସହ ସମସ୍ତ ଜନ ସାଧାରଣଙ୍କୁ ଗଛ ଲଗେଇବା ପାଇଁ ନିବେଦନ କରା ଯାଇଥିଲା । ଏହି ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଶ୍ରଦ୍ଧାକର ସାହୁ, ଫଗୁନୁ ଚରଣ ବାଗ, ପ୍ରସନ୍ନ କୁମାର ଭୋଇ, ଗଜପତି ସାହୁ, ଧବଳେଶ୍ବର ମହାନନ୍ଦ, ସୁବଳ ଚନ୍ଦ୍ର ସାହୁ, ଶ୍ରୀପତି ସାହୁ, ଗଣପତି ସେଠ ଓ ଅନ୍ୟାନ୍ୟ ଭିଏଲଇ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nineteen − 11 =

error: Content is protected !!