jsm

ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ପଥରଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ରାଉତ ସଭାପତି କାର୍ଯ୍ୟ ତୁଲାଇଥିଲେ। ଅତିଥି ଭାବରେ ପ୍ରେମରାଜ ପଟେଲ, ଘନଶ୍ୟାମ ମହାନନ୍ଦ, ସୁବାସ ପଧାନ, ସୁଶାନ୍ତ ପଧାନ, ମଦନ ମୋହନ ସେଠ, କଳ୍ପନା ସାହୁ, ସରୋଜ କୁମାର ପୁରୋହିତ, ହେମନ୍ତ ବାରିକ ପ୍ରଭୃତି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ପ୍ରାଥମିକ ଶ୍ରେଣୀ ଶିକ୍ଷାଦାନ ପାଇଁ ଶ୍ରୀ ବେହେରାଙ୍କ ଶିକ୍ଷାଦାନ କୌଶଳ ତଥା ବରିଷ୍ଠ ଶିକ୍ଷକ ଭାବରେ ତାଙ୍କର କର୍ତ୍ତବ୍ୟ ବୋଧ ଅନନ୍ୟ ବୋଲି ସମସ୍ତେ ମତ ଦେବା ସଙ୍ଗେ ସଙ୍ଗେ ତାଙ୍କର ଅବଶିଷ୍ଟ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ବିଭିନ୍ନ ଉପଢୌକନ ପ୍ରଦାନ କରାଗଲା । ଶିକ୍ଷୟିତ୍ରୀ ପ୍ରଭାସିନି ଭୋଇ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ଅମୂଲ୍ୟ କୁମାର ସେଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.