jsm

ତୋଗାଡିଆଙ୍କ କାର୍ଯ୍ୟକ୍ରମ ସ୍ଥଳ ସ୍ଥାନାନ୍ତର

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦକୁ ଛାଡି ୨୦୧୮ ମସିହାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଗଠନ କରିଥିବା ବିଶ୍ୱବିଖ୍ୟାତ କେନସର ସର୍ଜନ ଡକ୍ଟର ପ୍ରବୀଣ ଭାଇ ତୋଗାଡିଆ ଆସନ୍ତା କାଲି ସୁନ୍ଦରଗଡ଼ ଗସ୍ତରେ ଆସୁଥିବା ବେଳେ ମାଦ୍ରୀକାଲୋ ଭବନରେ ଅନୁଷ୍ଠିତ ଏକ ବିଶାଳ ହିନ୍ଦୁ ସମ୍ମିଳନୀକୁ ତୋଗାଡିଆ ସମ୍ବୋଧିତ କରିବା ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ତେବେ କିଛି କାରଣ ବଶତଃ ଶେଷ ମୁହୂର୍ତ୍ତରେ ତୋଗାଡିଆଙ୍କ କାର୍ଯ୍ୟକ୍ରମ ସ୍ଥାନକୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି । ମାଦ୍ରୀକାଲୋ ଭବନ ପରିବର୍ତ୍ତେ ମିଶନ ରୋଡ଼ ସ୍ଥିତ ଆମ୍ବା ରେସିଡେନ୍ସିର ତିନି ନମ୍ବର ଫ୍ଲୋର ପ୍ରାଙ୍ଗଣରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତୋଗାଡିଆ ଆସନ୍ତାକାଲି ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଲା ପରେ ରୋଡ଼ ଦେଇ ସୁନ୍ଦରଗଡ଼ ଅଭିମୁଖେ ଆସିବେ । ତା’ପରେ ସଭାକୁ ସମ୍ବୋଧିତ କଲାପରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧି ମାନଙ୍କ ସହିତ ସାକ୍ଷାତ କରିବେ । ତାପରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି କିଶୋର ମିଶ୍ରଙ୍କ ପତ୍ରାପଡା ସ୍ଥିତ ବାସଭବନରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ନେଲାପରେ ପୁଣି ଝାରସୁଗୁଡ଼ା ଅଭିମୁଖେ ଫେରିଯିବେ ବୋଲି ଜଣାପଡିଛି ।

yuvodaya
Leave A Reply

Your email address will not be published.