oom

ପାଇକମାଲ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ବନ ମହୋତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମା ମିଳିତ ଆନୁକୁଲ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ରାମ କୁମାର ଗୁପ୍ତା, ସଂପାଦକ କୁବେର ରଣା, କୋଷାଧ୍ୟକ୍ଷ ରାଜେଶ ପଟେଲ, ପ୍ରଧାନାଚାର୍ଯ୍ୟ ସାନନ୍ଦ ବାରିକ ଓ ଗୁରୁଜୀ ଗୁରୁମା ମାନେ ବିଦ୍ୟାଳୟ ପରିସରକୁ ସଫେଇ କରି ବିଭିନ୍ନ ପ୍ରକାର ଫୁଲ, ଫଳ ବୃକ୍ଷମାନ ରୋପଣ କରିଥିଲେ । ପ୍ରକୃତି ହେଉଛି ପ୍ରକୃତ ମିତ୍ର, ବୃକ୍ଷଲତା ଆମର ବନ୍ଧୁ, ପରିବେଶ ସୁରକ୍ଷା ଜୀବନ ରକ୍ଷା ଏହି କଥାକୁ ଦୃଷ୍ଟିରେ ରଖି ଶ୍ରେଣୀ ଗୁରୁଜୀ ଗୁରୁମା ନିଜ ଶ୍ରେଣୀର ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ଫୁଲ, ଫଳ ବୃକ୍ଷ ରୋପଣ କରିବା ପାଇଁ ଅନଲାଇନ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.