csstore

କବି ହେମନ୍ତ ଦାଶ ପାଇଲେ ରାଜ୍ୟସ୍ତରୀୟ ଶିକ୍ଷାଜ୍ୟୋତି ସମ୍ମାନ – ୨୦୨୨

ତୁଷୁରା, (କେପିଏନ୍‌ଏସ୍‌) : ୪୫ତମ ରାଜ୍ୟସ୍ତରୀୟ କବି, ଲେଖକ, କଳାକାର ସମାବେଶ ତଥା ସାରସ୍ୱତ ସମ୍ବର୍ଦ୍ଧନା ସମାରୋହ ୨୦୨୨ କଟକସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନହଲ ଠାରେ ଗତ ୨୦ ମାର୍ଚ୍ଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ପ୍ରତିଷ୍ଠାତା ସଂପାଦକ କବି ସାରଥି ଡଃ ଗିରିଜାଶଙ୍କର ଶ୍ରୀଚନ୍ଦନ ମହାପାତ୍ର, ସଭାପତି ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ସଭାର ଅଧ୍ୟକ୍ଷ ବିଶିଷ୍ଟ କବି ଡଃ ନୃସିଂହାନନ୍ଦ ମହାପାତ୍ର, ମୁଖ୍ୟ ଅତିଥି ପ୍ରାକ୍ତନ ସାଂସଦ ତଥା ବିଶିଷ୍ଟ କବି ଡଃ ପ୍ରସନ୍ନ ପାଟଶାଣି, ମୁଖ୍ୟବକ୍ତା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡଃ ହୁସେନ ରବି ଗାନ୍ଧୀ ଓ ସମ୍ମାନୀତ ଅତିଥି ନୀଳଗିରିର ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ରାଣୀ ସାହେବା ଶ୍ରୀମତୀ ମନୋଜା ମଞ୍ଜରୀ ଦେବୀ, ଉଦ୍‌ଘାଟକ ବିଶିଷ୍ଟ କବି ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନୀତ ବକ୍ତା ପରୀକ୍ଷିତ ସାହୁ ଓ ଗୋପୀନାଥ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଶିଷ୍ଟ କବି ତଥା ଆଦର୍ଶ ଶିକ୍ଷକ ତୁଷୁରା, ବଲାଙ୍ଗିର ନିବାସୀ ଆଶୁକବି ହେମନ୍ତ ଦାଶଙ୍କୁ ଚଳିତ ବର୍ଷର ଶିକ୍ଷାଜ୍ୟୋତି ସମ୍ମାନରେ ସମ୍ମାନୀତ କରିଛନ୍ତି ।

jayashree
Leave A Reply

Your email address will not be published.