pakka

ଶିକ୍ଷାବିତ ସୁଦର୍ଶନ ନନ୍ଦଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକର ଚୁଡାପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସୁଦର୍ଶନ ନନ୍ଦଙ୍କ ଗତକାଲି ନିଜ ପୈତୃକ ବାସଭବନ ଢୁଲୁଶରରେ ପରଲୋକ ଘଟିଯାଇଛି । ସୂଚନା ମତେ ୧୮ ତାରିଖ ଦିନ ନିମୋନିଆ ଜନିତ ଅସୁସ୍ଥତା ଅନୁଭବ କରି ବରଗଡ ବିକାଶ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ, ସେଠାରେ ଟିକିଏ ସୁସ୍ଥତା ଅନୁଭବ କରିବାରୁ ଗତ ୨୮ ତାରିଖ ଘରକୁ ଫେରିଥିଲେ । କିନ୍ତୁ ରବିବାର ଅପରାହ୍ନ ୩ଟାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ୍ୟୂ ବେଳକୁ ତାଙ୍କୁ ୭୭ ବର୍ଷ ହେଉଥିଲା । ୨୦.୦୮.୧୯୪୪ରେ ଜନ୍ମିତ ସ୍ୱର୍ଗତ ନନ୍ଦଙ୍କ ବିୟୋଗରେ ଚୁଡାପାଲି ତଥା ଆଖପାଖ ଅଞ୍ଚଳରେ ଜନସାଧାରଣ ଶୋକର ଛାୟା ଖେଳିଯାଇଛିି । ଚୁଡାପାଲି ଆଶ୍ରମ ବିଦ୍ୟାଳୟରୁ ଅଷ୍ଟମ ପାସକରି ପାଟଣାଗଡ ରମାଇଁ ହାଇସ୍କୁଲରେ ମାଟ୍ରିକ ପାସ କରିଥିଲେ । ୧୯୬୪ ମସିହାରେ ପ୍ରାରମ୍ଭିକ ଚାକିରି ଚୁଡାପାଲି ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଭାବେ କର୍ମ ସଂପାଦନ କରୁଥିଲେ । ୧୯୯୭ରେ ଚଅଁରିଆ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରହି ଅବସର ଗ୍ରହଣ କଲାପରେ ଢୁଲୁଶରରେ ରହୁଥିଲେ । ଅନ୍ତିମ ସମୟରେ ବଡପୁଅ ଶରତକୁମାର ନନ୍ଦ, ବୋହୁ ନମିତା, ସୁବାସ କୁମାର ନନ୍ଦ, ବୋହୁ ଶ୍ରାବଣୀ, ସରୋଜ କୁମାର ନନ୍ଦ, ବୋହୁ ନିରୁପମା, ଝିଅ ସବିତା, ଜ୍ୱାଇଁ ଅଶୋକ, ସସ୍ମିତା, ଜ୍ୱାଇଁ ସନାତନ ତଥା ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ବଡପୁଅ ଶରତକୁମାର ନନ୍ଦ ମୁଖାଗ୍ନି ଦେଇଥିଲେ । ଜଣେ ସଚ୍ଚୋଟ, ମିଷ୍ଟଭାଷୀ, ମେଳାପି ତଥା ସର୍ବଜନ ଆଦୃତ ମଣିଷକୁ ହରାଇ ଅଞ୍ଚଳବାସୀଙ୍କ ପ୍ରଭୂତ କ୍ଷତି ହୋଇଛି ।

jay balangir
Leave A Reply

Your email address will not be published.

nine − eight =

error: Content is protected !!