csstore

ଆସନ୍ତା ଅକ୍ଟୋବର ୮ ତାରିଖରେ ମୁକ୍ତିଲାଭ କରିବ ଶତୃ ଚଳଚ୍ଚିତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରଠାରୁ ପ୍ରଯୋଜିତ ଓ ନିର୍ଦ୍ଦେଶିତ ହୋଇଥିବା କୋଶଲି ଓ ଓଡିଆ ଭାଷାରେ ନିର୍ମିତ ହୋଇଥିବା ଶତୃ ଚଳଚ୍ଚିତ୍ର ଆସନ୍ତା ଅକ୍ଟୋବର ୮ ତାରିଖ ରୋଏଲ ଚଳଚ୍ଚିତ୍ର ହଲ୍‌ଠାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଉଦ୍ଦେଶ୍ୟରେ ଗତକାଲି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ସଭା ଗୃହରେ ପ୍ୟୋଜନା ସଂସ୍ଥା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଶତୃ ସବୁ ବର୍ଗର ଲୋକଙ୍କ ମନକୁ ଛୁଇଁବ ବୋଲି ଏହି ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦେଶକ ଅଶୋକ ମିଶ୍ର ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ରର ଅନ୍ୟତମ ମହାନ୍ ଅଭିନେତା ତଥା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ମଧ୍ୟ ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ମତ ରଖିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କ୍ୟାମେରା ମ୍ୟାନ ହରେରାମ ସାହୁ, ଗୀତ ରଚନା କରିଛନ୍ତି କପିଳେଶ୍ବର ଖମାରୀ, ସଂଗୀତକାର ଜୟପ୍ରକାଶ ଓ କାହାଣୀ, ସଂଳାପ ଅଶୋକ ମିଶ୍ର କରିଥିବା ବେଳେ ବିଭିନ୍ନ ଭୂମିକାରେ ଜୀତେନ୍ଦ୍ର ହୋତା, ଅର୍ଚ୍ଚନା ପାଢୀ, ଗୋବର୍ଦ୍ଧନ ଭୋଇ, ଅଶୋକ ମିଶ୍ର, ହିଂମାଂଶୁ ଖମାରୀ, ଲଲିତ ପୂଜାରୀ, ଗଦାଧର, କପିଳେଶ୍ବର ଖମାରୀ, ଚନ୍ଦ୍ରମା, ରାଧା, ଅନୁପ୍ରିୟା, ଦୀଲିପ, ନବୀନ ବେହେରା, ବିଭୁ କଲ୍ୟାଣ, ରିଙ୍କି ତ୍ରିପାଠୀ ଓ ବାବୁ ପୂଜାରୀ ଅଭିନୟ କରିଥିବା ପ୍ରଯୋଜକ ଅଶୋକ ମିଶ୍ର ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.