jsm

ସଂପୂର୍ଣ୍ଣା ପ୍ରକଳ୍ପର ଶୁଭାରମ୍ଭ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଭଟଲି ଓ ଆମ୍ବଭୋନା ବ୍ଲକରେ ୪୦୦୦ କ୍ଷୁଦ୍ର ଓ ନାମମାତ୍ର ମହିଳା ଚାଷୀଙ୍କୁ ଲଙ୍କା ଓ ମାଣ୍ଡିଆର ମୂଲ୍ୟ ଶୃଙ୍ଖଳରେ ସାମିଲ କରିବ ପ୍ରକଳ୍ପ ସମ୍ପୂର୍ଣ୍ଣା । ଏହି ପ୍ରକଳ୍ପରେ ମହିଳା ଚାଷୀମାନଙ୍କୁ ସଂଗଠିତ କରି ସେମାନଙ୍କୁ ବିବିଧ ବୈଷୟିକ ଜ୍ଞାନ, ବ୍ୟବସାୟ ବିକାଶ ସେବା, କୌଶଳ ଓ ସାମର୍ଥ୍ୟ ବୃଦ୍ଧି କରାଇ ସେମାନଙ୍କର ଜୀବିକା ସାଧନର ମାଧ୍ୟମକୁ ଉତ୍କୃଷ୍ଟ କରାଯିବ । ସ୍ଥାନୀୟ ଜଳ ବିଭାଜିକା ତାଲିମ ଗୃହରେ ଏଚ୍.ଡି.ଏଫ୍.ସି. ବ୍ୟାଙ୍କର ସହାୟତାରେ ତଥା ସ୍ୱେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ପରିଚାଳନାରେ ପ୍ରକଳ୍ପ ସମ୍ପୂର୍ଣ୍ଣାର ଲୋକାର୍ପଣ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା ଯୋଗ ଦେଇ ସମସ୍ତ ସରକାରୀ ଯୋଜନାକୁ ଚାଷୀମାନଙ୍କ ପାଖରେ ପହଁଚାଇବା ବିଷୟରେ ଗୁରୁତ୍ଵ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଓର୍‌ମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ରାଜ ଗୋପାଳ ଦାସ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶଙ୍କର ଚଲାନ, ଏଚ୍.ଡି.ଏଫ୍.ସି. ବ୍ୟାଙ୍କର ବରଗଡ ଶାଖା ପରିଚାଳକ ବିବେକାନନ୍ଦ ମହାନ୍ତି, କୃଷି ବିଜ୍ଞାନ କେନ୍ଦ୍ରର କୃଷି ସମ୍ପ୍ରସାରଣ ବିଶେଷଜ୍ଞ ଆଲୋକ କୁମାର ସାହୁ, ଜଳ ବିଭାଜିକା ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ମିର୍ଦ୍ଧା, ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଜୟ ଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ । ମହାଶକ୍ତି ଫାଉଣ୍ଡେସନର ସଭାନେତ୍ରୀ ରୋଜାଲିନ ଭୂୟାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ଅମୂଲ୍ୟ କୁମାର ମହାନ୍ତି, କୃଷି ବିଶେଷଜ୍ଞ ମିହିର ରଞ୍ଜନ ସାଗର ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଯୁଗଳ କିଶୋର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରକଳ୍ପ ପରିଚାଳିକା ଅମ୍ରିତା କୁମାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଭଟଲି ଓ ଆମ୍ଭାଭୋନା ବ୍ଲକର ଅଗ୍ରଣୀ ଚାଷୀମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ବ୍ଲକ ସଂଯୋଜକ ମହେଶ ଦାସ, ସସ୍ମିତା ପାତ୍ର, ସୁବୋଧ କୁମାର ସାହୁ, ଅର୍ଜୁନ ପାଗଳ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.