ସାହେବଜେନାପଲ୍ଲୀ ଗ୍ରାମରେ ହନୁମାନ ଜୟନ୍ତୀ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ସାହେବଜେନାପଲ୍ଲୀ ଗ୍ରାମରେ ବର୍ଣ୍ଣାଢ଼୍ୟ ସମାରୋହରେ ହନୁମାନ ଜୟନ୍ତୀ ସମ୍ପନ୍ନ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ପାରମ୍ପରିକ ବିଧିବିଧାନ କ୍ରମେ ଗ୍ରାମର ଯୁବଗୋଷ୍ଠୀଙ୍କ ପୂର୍ଣ୍ଣ ସହଯୋଗରେ ଅନୁଷ୍ଠିତ ଏହି ସମ୍ଭାରରେ ହନୁମାନଜୀଙ୍କ ୧୦୮ ଥର ହନୁମାନ ଚାଳିଶା ପାଠ ହୋଇଥିଲା । ଗ୍ରାମ୍ୟ ମଧ୍ୟସ୍ଥଳରେ ଥିବା ୨୫ ଫୁଟ୍‌ର ହନୁମାନ ବିଗ୍ରହଙ୍କୁ ଗନ୍ଧ ପୁଷ୍ପରେ ସୁସଜ୍ଜିତ କରାଇ ଗ୍ରାମର ଆବାଳ ବୃଦ୍ଧବନୀତା ସମୁହ ମିଳିତ ହୋଇ ଏକାଗ୍ରତ ଚିତ୍ତରେ ସାମୁହିକ ଚାଳିଶା ପାଠ କରିଥିଲେ । ଠାକୁରଙ୍କ ହୋମ, ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ ହୋଇ ନାନା ବାଦ୍ୟ ଧ୍ୱନି ସହ ଶଙ୍ଖ ହୁଳାହୁଳି ଧ୍ୱନିରେ ସ୍ଥାନଟି ମୂଖରୀତ ହୋଇଉଠିଥିଲା । ପଣା ବିତରଣ ସେବା, ଗ୍ରାମର ଲୋକମାନେ ଏବଂ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ଅନ୍ନ ପ୍ରସାଦ ଖାଇ ପରସ୍ପର ଭକ୍ତି ଭାବରେ ଭାବବିନିମୟ ଏହି ଓଡ଼ିଆ ନବବର୍ଷରେ ଖୁସି ମନାଇଥିଲେ ।

Leave A Reply

Your email address will not be published.