csstore

ଲୋକ କଳା ସଂସ୍କୃତି ଗବେଷକମାନଙ୍କ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର): ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ସ୍ୱିକୃତୀ ପାଇଥିବା ପଶ୍ଚିମ ଓଡିଶାର ସମସ୍ତ କନିଷ୍ଠ ଏବଂ ବରିଷ୍ଠ ଲୋକ ସଂସ୍କୃତି ଗବେଷକ, ଯୁବ କଳାକାର ମେଧାବୃତ୍ତି ଏବଂ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ମେଧାବୃତ୍ତିମାନଙ୍କ ଏକ ସମାବେଶ ପଶ୍ଚିମ ଓଡିଶା ଲୋକ ସଂସ୍କୃତି ଗବେଷକ ଏବଂ ଢୋଳ ମୁହୁରି କଳାପରିଷଦର ମିଳିତ ଆୟୋଜନରେ ସ୍ଥାନୀୟ ସମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । କବି ସଂଦିପ କୁଅଁର ଏବଂ କିର୍ତ୍ତନ ଦୀପଙ୍କ ସଂଯୋଜନାରେ ଦୁଇ ଗୋଟି ପର୍ଯ୍ୟାୟରେ ଲୋକ କଳା ସଂସ୍କୃତି ଚର୍ଚ୍ଚାରେ ତରଣୀସେନ ଦୀପ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅତିଥି ଭାବେ ଏପିଡି ତରଣୀ ସୁନା, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର, ଜାତୀୟ ବିସମିଲ୍ଲା ଖାନ୍‌ ଏୱାଡି ରବି ରତନ ସାହୁ, ଗବେଷକ ସୁରେନ୍ଦ୍ର ସାହୁ, କାଲିଚରଣ ବାଗ, ଡ. ନିଳାଂଚଳ ନନ୍ଦ, ସତ୍ୟନାରାୟଣ ଭୋଇ, ଶମ୍ଭୁ ନାଗ, ପ୍ରହଲ୍ଲାଦ ଦର୍ଜି, ନାଟ୍ୟକାର ପ୍ରକାଶ ଥନାପତି, ଗବେଷକ ନବୀନ କୁଅଁର, ସୂର୍ଯ୍ୟମଣି ସୁନା, ଶିକ୍ଷାବିତ ନେପାଲ ଚନ୍ଦ୍ର ବାଗ, ବିଜୟ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଡକ୍ଟରେଟ୍‌ ପାଇଥିବା ନିଳାଂଚଳ ନନ୍ଦ ଏବଂ ବାସନ୍ତି ନନ୍ଦଙ୍କ ସହିତ ସମସ୍ତ ଗବେଷକ ଏବଂ ମେଧାବୃତ୍ତି ପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପଂଚାନନ ସେଠ, ହିମାଂଶୁ ଖମାରି, ରାଧେଶ୍ୟାମ ତ୍ରିପାଠି, ବାସୁଦେବ ମୁଗ୍ରୀ, ମହିଳା ସଭାନେତ୍ରି ସବିତା ନନ୍ଦ, ସୀତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ବିପିନ ବିହାରି ବାରିକ ସମେତ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରୁ ଗବେଷକ, କଳାକାର, ସଂଗଠକ ଏବଂ ସମର୍ଥକ ଅଂଶଗ୍ରହଣ କରିଥିଲେ । ଡ. ନିଳାଂଚଳ ନନ୍ଦ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ କିର୍ତ୍ତି ରଂଜନ ସିଂ ଏବଂ ମନୋରଂଜନ ପଟେଲ ଆୟୋଜନ କରିଥିଲେ ।

jayashree
Leave A Reply

Your email address will not be published.