jsm

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

csstore

କଳାହାଣ୍ଡି, (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା, ଗୋଛାଡେଙ୍ଗେନ ଓ ଡମ୍ କାର୍ଲଖୁଣ୍ଟା ଗ୍ରାମ ପଞ୍ଚାୟତଠାରେ ଆଜି ରବିବାର ଦିନ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ.ରାମପୁର ଶାଖା ତରଫରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାଖା ପରିଚାଳକ ପଙ୍କଜ ରୋୟ, କେସିଅର ପ୍ରଶାନ୍ତ ପଧାନ, ବ୍ୟାଙ୍କ ମିତ୍ର ଇମୁ ନାଗ ଉପସ୍ଥିତ ରହି ପରିବାର ସମସ୍ତ ସଦସ୍ୟ ସଞ୍ଚୟ ଜମା ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଓ ଜୀବନ ଜୀବିକା ପାଇଁ ଋଣ, ଆର୍ଥିକ ସାକ୍ଷ୍ୟରତା ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ, ପଞ୍ଚାୟତସ୍ତରୀୟ ମହିଳା ସଂଘର ଏମ.ବି.କେ ମମିତା ସାହୁ, ସଂଯୁକ୍ତା ପାତ୍ର, ରଞ୍ଜିତା ପଧାନ ସମେତ ସମସ୍ତ ସି.ଆର.ପି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.