oom

ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ ରାଉରକେଲାର ମାସିକ ସାହିତ୍ୟ ଆସର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରଠାରେ ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ ରାଉରକେଲାର ମାସିକ ସାହିତ୍ୟ ଆସର, ଶିଶୁ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲେଖକ ସାମୁଖ୍ୟର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟଙ୍କ ଆବାହକତ୍ୱ ତଥା ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ ସ୍ତମ୍ଭକାର ଭୁପେନ ମହାପାତ୍ର, ମୁଖ୍ୟଅତିଥି ଭାବେ ଡାକ୍ତର ଗୀତାଞ୍ଜଳି ପତ୍ରୀ ଓ ଆଲୋଚକ ଭାବେ ସୁନିଲ ମହାନ୍ତି, ବିଜୟିନୀ ଜେନା, ପ୍ରଭାତ ନଳିନୀ ସାହୁ ଓ ଡଲିରାଣୀ ବ୍ରହ୍ମା ପ୍ରମୁଖ ଯୋଗଦେଇ ଶିଶୁ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ । ଅତିଥି ଓ ଆଲୋଚକମାନେ ତଥା ସଭାମୁଖ୍ୟ ଶ୍ରୀ ମହାପାତ୍ର ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଶିଶୁ ସାହିତ୍ୟରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଲେଖା ହେବା ଉଚିତ ଏବଂ ତା’ସହିତ ସମସ୍ତ ମାନବ ଜାତି ସମାନ, ଏହି ଭାବଧାରା ଶିଶୁ ସାହିତ୍ୟରେ ସ୍ଥାନ ପାଇବା ଉଚିତ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ଦାସ କହିଲେ ଯେ ସାଂପ୍ରତିକ ସ୍ଥିତିରେ ଆତ୍ମନିର୍ଭରଶୀଳ ହେବା ପାଇଁ ଶିଶୁ ସାହିତ୍ୟ ଲେଖା ହେବା ଦରକାର । ଡିଜିଟାଲ ମାଧ୍ୟମରେ ଶିଶୁ ମାନଙ୍କୁ ପ୍ରୋତ୍ସାହିତ କରାଗଲେ ତାହା ଲାଭପ୍ରଦ ହୋଇପାରିବ । ଏହା ସହ ସୃଜନଶୀଳତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଶିଶୁ ସାହିତ୍ୟିକା ଶ୍ରେୟସୀ ସାହୁଙ୍କ “ଶ୍ରେୟସୀର ସ୍ୱପ୍ନ” ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଜୋସ୍ନାକୁମାରୀ ନାଏକ ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ ରଶ୍ମିବାଳା ରାଉତରାୟ, ସୁଶ୍ରୀ ସଂଗୀତା ଦାସ, ବନିତା ମହନ୍ତ, କୁଞ୍ଜବିହାରୀ ରାଉତ, ଅର୍ଚ୍ଚନା ପାତ୍ର, ବିଭୁ ନାୟକ, ବସନ୍ତ ବିଶ୍ବକର୍ମା, ତାରିଣୀ ଚରଣ ସାହୁ, ସୁଚିସ୍ମିତା ପଣ୍ଡା, ପ୍ରଭାତ ନଳିନୀ ସାହୁ, ପ୍ରଣତୀ ଲେଙ୍କା, ଡା.ଗୀତାଞ୍ଜଳି ପତ୍ରୀ ଓ ସଂଯୋଜିକା ଦ୍ବୟ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଫୁଲ୍ଲ ସାମଲ, ନୃସିଂହ ଚରଣ ବିଶ୍ବାଳ, ସୂର୍ଯ୍ୟ ନାରାୟଣ ପଣ୍ଡା, ଅନିଲ କୁମାର ଦାଶ, ସୁଶାନ୍ତ ନାୟକ, ସୁପ୍ତି କର, ଅଶୋକ ପଟ୍ଟନାୟକ, କନକଲତା ମିଶ୍ର, ଦିଲିପ କୁମାର ମହାନ୍ତ, ଚିତ୍ତରଂଜନ ବ୍ରହ୍ମା, ସ୍ମିତା ମିଶ୍ର, ଡଃ ସୁବାସ ଚନ୍ଦ୍ର ଲେଙ୍କା, ବିଜୟ କୁମାର ବରାଳ, ମିତତି ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଜୟିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.