pakka

ସାହିତ୍ୟ କଥାର ନବମ ସ୍ୱନକ୍ଷତ୍ର ସମାରୋହ : ସାହିତ୍ୟ ଖବର ଦେବାରେ ସାହିତ୍ୟ କଥାର ପ୍ରୟାସ ଅଦ୍ୱିତୀୟ

bbehera

ଭବାନୀପାଟଣା, (ପି.କେ. ସାହୁ) : ସାହିତ୍ୟ କଥା କେବଳ ଏକ ସମ୍ବାଦ ପତ୍ରିକା ନୁହେଁ, ସାହିତ୍ୟ ବିଷୟକ ଚଟାପଟ ଖବର ନୁହେଁ, ବରଂ ପ୍ରତିଭା ଅନ୍ୱେଷଣର ମହାର୍ଘ୍ୟ ପର୍ବଟିଏ । ଏଥିରେ ଲେଖକ, ପାଠକ ତଥା ସାହିତ୍ୟ ମନସ୍କ ଓ ତଲ୍ଲୀନ ଲୋକେ ସାହିତ୍ୟର ବିଭିନ୍ନ ବିଭାଗ ଦେଖିବାକୁ ପାଇପାରିବେ । ସାରା ବିଶ୍ୱର ସାହିତ୍ୟ ଖବର ଦେବାରେ ଓଡ଼ିଶାର ଏକମାତ୍ର ସାହିତ୍ୟ-ସମ୍ବାଦ ପତ୍ରିକା ସାହିତ୍ୟ କଥାର ପ୍ରୟାସ ଅଦ୍ୱିତୀୟ ବୋଲି ଏହାର ନବମ ସ୍ୱନକ୍ଷତ୍ର ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭବାନୀପାଟଣାସ୍ଥିତ ଶ୍ରୀରୂପା ପବ୍ଲିକେସନ୍ସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ଓ ବିଶିଷ୍ଟ ସ୍ତମ୍ଭକାର ସଂପଦ ନାୟକ ଯୋଗ ଦେଇଥିବା ବେଳେ ସାହିତ୍ୟ କଥାର ସଂପାଦକ ସକିତ ରତେଙ୍କ ସଭାପତିତ୍ୱ କରିଥିଲେ । ପତ୍ରିକାର ଉପଦେଷ୍ଟା ଗାଳ୍ପିକ ସୁକାନ୍ତ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶିଷ୍ଟ କବି ବିରଞ୍ଚି ନାରାୟଣ ମୁଣ୍ଡଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ସାହିତ୍ୟ କଥାର ସହସଂପାଦକ ସୁଶୀଲ କୁମାର ବାଗ ଓ ସୁଧୀର କୁମାର ଧଙ୍ଗଡ଼ାମାଝୀ ବକ୍ତବ୍ୟ ରଖିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା । ଡିଜିଟାଲ୍‌ ନ୍ୟୁଜ୍‌ ପୋର୍ଟାଲ୍‌ ଓଡ଼ିଆ ବାର୍ତ୍ତା ପକ୍ଷରୁ ସମଗ୍ର କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । କବି ତ୍ରିନାଥଶ୍ୟାମ କୁମାର, ଜିତେନ୍ଦ୍ର କୁମାର ସାହୁ, ଯୁଗେଶ୍ୱର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

3 × 2 =

error: Content is protected !!