om academy

ଯୁକ୍ତ ଦୁଇ ବିଜ୍ଞାନ କ୍ଷେତ୍ରରେ ଜେଆଇଟିଏମ୍‌ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସଫଳତା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିଶ୍ରମ ଓ ଅଧ୍ୟବସାୟ ସଫଳତାର ମାର୍ଗକୁ ପ୍ରଶସ୍ତ କରିଥାଏ । ଆଧ୍ୟବସାୟ ହିଁ ଅଧ୍ୟୟନର ମୂଳମନ୍ତ୍ର ହେବା ଉଚିତ । ଏହି ମୂଳମନ୍ତ୍ରକୁ ନିଜ ଜୀବନରେ ପାଥେୟ କରି ଆଜି ସଫଳତାର ଫର୍ଦ ଯୋଡିଛନ୍ତି ବଲାଙ୍ଗିର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେଆଇଟିଏମ୍‌ ଯୁକ୍ତ ଦୁଇ ବିଜ୍ଞାନ (ସି.ଏଚ.ଏସ.ଇ.) ର ଛାତ୍ରଛାତ୍ରୀ ମାନେ । ଆଜି ଯୁକ୍ତ ଦୁଇ ବିଜ୍ଞାନ (ସି.ଏଚ.ଏସ.ଇ.)ର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଅନୁଷ୍ଠାନର ଫଳାଫଳ ୧୦୦% ହୋଇଛି ଯେଉଁଠିରେ ସମସ୍ତ ଛାତ୍ର, ଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ ହୋଇଛନ୍ତି । ଚାରି ଜଣ ଛାତ୍ର ଛାତ୍ରୀ ୫୦୦ରୁ ଅଧିକ ମାର୍କ ରଖିଛନ୍ତି । ଛାତ୍ରୀ ନିକିତା ପ୍ରଧାନ ୯୨% ମାର୍କ ରଖି ଟପର ହୋଇଛନ୍ତି । ଚାରି ଜଣ ଛାତ୍ରଛାତ୍ରୀଙ୍କ ନାମ ହେଲା, ନିକିତା ପ୍ରଧାନ, ଅଂଶୁମାନ ତ୍ରିପାଠୀ, ଭୂମିସୁତା ପରିଡା, ପୂଜା ପ୍ରିୟଦର୍ଶିନୀ ସାହୁ । ଏମାନେ ସମସ୍ତେ ନିଜର ସଫଳତାର ଶ୍ରେୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଦେଇଛନ୍ତି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ ଓ ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ବାସ୍ତବରେ ସଫଳତାର ଏଇ ଦୃଷ୍ଟାନ୍ତ ଅନ୍ୟ ସମସ୍ତଙ୍କ ପାଇଁ ଅନୁକରଣୀୟ ହୋଇ ରହିବ ବୋଲି ସହରର ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଛାତ୍ରଛାତ୍ରୀଙ୍କ ସଫଳତା ସମସ୍ତଙ୍କ ପାଇଁ ଆଦର୍ଶ ହୋଇପାରିଛି ।

Leave A Reply

Your email address will not be published.