ନିଷ୍ଠା ପରିବାର ଓ ସାଲେପାଲି ଯୁବଗୋଷ୍ଠୀର ମିଳିତ ରକ୍ତଦାନ ଶିବିର

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ କିଛି ପରିମାଣରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ ।ସାଲେପାଲି, ରେଶମ, ଭେଡେନ, ବରଗଡ ଠାରେ ନିଷ୍ଠା ପରିବାର ଓ ସାଲେପାଲି ଯୁବ ଗୋଷ୍ଠୀର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସାଲେପାଲି ଉଚ୍ଚ ବିଦ୍ୟାଳୟଠାରେ କରାଯାଇଥିଲା । ଏହି ଶିବିରକୁ ସରପଞ୍ଚ ଶ୍ରୀମତୀ ସଞ୍ଜୁଲତା ବାରିକ ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ମୋଟ ୭୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ପରିଚାଳନାରେ ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ଉପଦେଷ୍ଟା ବିଦ୍ୟାଧର ଭୋଇ, ଚିତ୍ରସେନ ପ୍ରଧାନ, ହେମାଞ୍ଚଳ ସାହୁ, ରାତ୍ର ପ୍ରଧାନ, ଦୟାନିଧି ଷଡଙ୍ଗୀ ଏବଂ ସାଲେପାଲି ଯୁବଗୋଷ୍ଠୀର ବାଳଗୋପାଳ ଭୋଇ, ଉମାକାନ୍ତ ନାଏକ, ପ୍ରଭାକର ପ୍ରଧାନ, ପୃଥ୍ବୀରାଜ ଭୋଇ, ପିଣ୍ଟୁ ସାହୁ, ସୁନୀଲ ବାରିକ ଓ ସାଲେପାଲିର ଜନସାଧାରଣ ଉତ୍ସାହର ସହିତ ପୂର୍ଣ୍ଣମାତ୍ରାରେ ସହଯୋଗ କରି ଏବଂ ସକ୍ରିୟ ଅଂଶ ଗ୍ରହଣ କରି ଶିବିରକୁ ସଫଳ କରିଥିବାରୁ ସାହ୍ଲେପାଲି ଯୁବଗୋଷ୍ଠୀଙ୍କୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.