ବିଶ୍ୱ ଚିକିତ୍ସକ ଦିବସରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଡାକ୍ତରବୃନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ଵ ଚିକିତ୍ସକ ଦିବସ, (ୱାର୍ଡ ଡକ୍ଟର ଡେ) ଦେହ ଖରାପ ହେଲେ ମଣିଷ ପାଇଁ ଈଶ୍ୱରଙ୍କ ପ୍ରତିରୂପ ଭାବରେ ଉଭାହେଉଥିବା ଡାକ୍ତରମାନଙ୍କ ପ୍ରତି ସମର୍ପିତ ଦିନ । ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ରେଡକ୍ରସ ରକ୍ତ ଭଣ୍ଡାର ଠାରେ ଏହି ଦିବସକୁ ପାଳନ କରିବା ପାଇଁ ଆୟୋଜିତ ହୋଇଥିଲା ଏକ ରକ୍ତଦାନ ଶିବିର । ଦିନ ରାତି ଚିକିତ୍ସା ଯୋଗାଉଥିବା ଓ ମେଡିକାଲ କଲେଜରେ ପାଠ ପଢାଉଥିବା ଡାକ୍ତରମାନେ ଆସି ରକ୍ତଦାନ କରିବା ସହିତ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେଇଥିଲେ । ଏହି ରକ୍ତଦାନ ଶିବିରକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଡିନ୍ ଡକ୍ଟର ସବିତା ମହାପାତ୍ର ଫିତାକାଟି ଶୁଭାରମ୍ଭ କରିଥିଲେ । ଏହି ରକ୍ତଦାନ ସମୟରେ ସିଡିଏମଓ ଡାକ୍ତର ଭୀମ ସାହୁ, ହସପିଟାଲ ସୁପରିନଟେଣ୍ଡେଣ୍ଟ ଡାକ୍ତର ମହେନ୍ଦ୍ର ନାୟକ ଉପସ୍ଥିତ ଥିଲେ । ପରେ ଡାକ୍ତର ଗିରିଜା ଶଂକର ଉଦଗାତା, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଆରତୀ ପଣ୍ଡା, ଡାକ୍ତର ମନୋଜ ପାତ୍ର ଓ ଡାକ୍ତରମାନେ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.