oom

ପ୍ରେମ ମାନିଲାନି ଦେଶ ବିଦେଶ : ବୋହୂ ସାଜି ଜର୍ମାନୀର ଝିଅ ବଲାଙ୍ଗିର ପହଂଚିଲେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ ମାନିଲାନି ଦେଶ ବିଦେଶ । ସାତ ସମୁଦ୍ର ପାରହୋଇ ବଲାଙ୍ଗିରର ବୋହୂ ସାଜିଲେ ଜର୍ମାନୀର ଝିଅ ଏମା । ବିଦେଶୀ ସଂସ୍କୃତିରେ ଛୋଟରୁ ବଡ଼ ହୋଇଥିଲେ ମଧ୍ୟ ଆଜି ପ୍ରେମକୁ ଆପଣେଇ ନେଇ ଭାରତୀୟ ବୋହୂ ସାଜିଛନ୍ତି । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ବଲାଙ୍ଗିର ଦେଢ଼ଗାଁରେ । ସାଧାରଣ ବିବାହ ଉତ୍ସବରୁ ଏହି ବିବାହ ଉତ୍ସବ ଟିକେ ନିଆରା ଥିଲା । କାରଣ ବିବାହରେ ପୁଅ ଭାରତୀୟ ହୋଇ ଥିବା ବେଳେ ଝିଅ ଥିଲେ ବିଦେଶୀ । ସୂଚନା ଅନୁସାରେ ଦେଢ଼ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ ସେନାପତି ଜର୍ମାନୀ ମ୍ୟୁନିମ ସହରରେ ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରନ୍ତି । ସେଠାରେ ଜର୍ମାନୀ ସ୍ଲୋଭେନିଆ ସହରର ଏମା ବିଧମ ଶେଖ ନାମକ ଝିଅ ମଧ୍ୟ କାମ କରନ୍ତି । କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ତିନି ବର୍ଷ ପ୍ରେମ ସମ୍ପର୍କ ପରେ ପ୍ରେମିକ ପ୍ରେମିକା ନିଜ ନିଜ ପରିବାର ବର୍ଗଙ୍କୁ ତାଙ୍କ ମନ କଥା ଜଣାଇଥିଲେ ।ଉଭୟଙ୍କ ପରିବାର ବିବାହ ପାଇଁ ରାଜି ହେବା ପରେ ଭାରତୀୟ ସଂସ୍କୃତିରେ ଚଳିତ ମାସ ୨୦ ତାରିଖରେ ଭୁବନେଶ୍ୱରର ଏକ ହୋଟେଲରେ ବିବାହ ସମ୍ପନ୍ନ ହୋଇଛି । ରବିବାର ଦିନ ପୁଅର ନିଜ ଗାଁ ଦେଢ଼ଗାଁ ଠାରେ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ଏକ ଭୋଜିର ଆୟୋଜନ କରାଯାଇଥିଲା । ତେବେ ଜର୍ମାନୀ ଝିଅ ଏମା ବାହାଘର ଭୋଜିରେ ସ୍ୱାମୀଙ୍କ ସହ ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.