csstore

ଜିଜ୍ଞାସା ଶିକ୍ଷାନୁଷ୍ଠାନରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ୍ ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ଜିଜ୍ଞାସା ଶିକ୍ଷାନୁଷ୍ଠାନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଅଧ୍ୟକ୍ଷ ଶିବନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାରବାଟିଆ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବବ୍ରତ ଦେ, ଅନୁଷ୍ଠାନର ଶିକ୍ଷକ ପଣ୍ଡିତ ଗଜାନନ ମହାପାତ୍ର, ଜୟଦେବ ଦାସ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କ ଜୀବନ ଗଠନର ମୂଲ୍ୟବୋଧ ଏବଂ ଉଜ୍ଜଳ ଭବିଷ୍ୟତର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନର ଯୁକ୍ତଦୁଇ ଦ୍ୱିତୀୟ ବର୍ଷ କଳା ଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଥମ ବର୍ଷର ଛାତ୍ରୀମାନେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.