csstore

ସିଫାରେ ସାମର୍ଥ୍ୟ ନିର୍ମାଣ ଓ ସଂରକ୍ଷଣ ନୀତି ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, (ପିଆଇବି) : ସଂରକ୍ଷଣ ଓ ଅନ୍ୟାନ୍ୟ ସେବା ସଂପର୍କିତ ସାମର୍ଥ୍ୟ ନିର୍ମାଣ ସମ୍ବନ୍ଧୀୟ ଏକ ୫ ଦିନିଆ ପ୍ରଶିକ୍ଷଣ ଶିବିର କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ କେନ୍ଦ୍ରଠାରେ ଉଦ୍‌ଘାଟିତ ହୋଇଯାଇଛି । କଟକ-ଭୁବନେଶ୍ୱରରେ ଅବସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସଂସ୍ଥାନ ଗୁଡ଼ିକରେ କାର୍ଯ୍ୟରତ ପ୍ରାୟ ୫୦ ଜଣ କର୍ମଚାରୀ ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଉଛନ୍ତି ।ମାନବ ସମ୍ବଳ ବିକାଶ ତତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ ଶିବିର ଏପ୍ରିଲ ୬ରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସିଫା, ଆଇଆଇଡବ୍ଲ୍ୟୁଏମ୍‌, ସିୱା, ଏନ୍‌ଆର୍‌ଆର୍‌ଆଇର କର୍ମଚାରୀମାନେ ଏଥିରେ ଭାଗ ନେଉଛନ୍ତି ।ସିଫାର ଭାରପ୍ରାପ୍ତ ନିର୍ଦ୍ଦେଶକ ଡଃ ପି. ଦାସ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରିଥିଲେ । ସିଫାର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ବି. କେ. ସିହ୍ନା, ବରିଷ୍ଠ ବୈଜ୍ଞାନିକ ଡଃ ଦେବବ୍ରତ ପଣ୍ଡା, ବିତ ଅଧିକାରୀ ଶ୍ରୀ ଏସ୍‌. ଏସ୍‌. ମହାପାତ୍ର ଏହାକୁ ସଂଯୋଜନା କରୁଛନ୍ତି ।

jayashree
Leave A Reply

Your email address will not be published.