oom

ଓମ୍‌ଫେଡ୍‌ର ପ୍ରଦୂଷଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପ୍ରଧାନପାଲି ଅଞ୍ଚଳର ଜନ ସାଧାରଣମାନେ ବିଭିନ୍ନ ସମସ୍ୟା ନେଇ ପ୍ରଦୂଷଣ ବିଭାଗ ଯାଇଥିଲେ । ପାଖରେ ଥିବା ଫାକ୍ଟ୍ରିରୁ ଅନବରତ କଳା ଧୂଆଁ ବାହାରି ସ୍ଥାନୀୟ ଅଂଚଳରେ ବାୟୁ ପ୍ରଦୂଷଣ କରୁଛି । ଯାହାଦ୍ୱାରା କି ଛୋଟ ପିଲା ଓ ବୟସ୍କମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ବିଶେଷ କରି ଘର ଦ୍ୱାରରେ ଗୋଟେ କଳା ଗୁଣ୍ଡର ଆବରଣ ପଡିରହୁଛି । ଯେଉଁମାନେ ଶ୍ୱାସରୋଗରେ ପୀଡିତ, ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡୁଛିି । ପ୍ରଦୂଷଣ ସ୍ଥାନୀୟ ବାସିନ୍ଦାଙ୍କର ଚାଷ ବାସରେ ବି ପ୍ରଭାବ ପକାଉଛି ବୋଲି ସ୍ଥାନୀୟ ନେତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ମୀନତି ଦେବତାଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ପ୍ରଦୂଷଣ ବିଭାଗର ବରିଷ୍ଠ ଅଧିକାରୀ ବବିତା ସିଂଙ୍କୁ ଭେଟି ଲିଖିତ ଆକାରରେ ଜଣାଇ ଏହାର ପ୍ରତିକାର କରିବା ପାଇଁ ଦାବୀ କରାଯାଇଛି । ଓମ୍‌ଫେଡ୍‌ ଫାକ୍ଟ୍ରିକୁ ନିର୍ଦ୍ଦେଶ ଦେଇ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ତାଗିଦ କରିବାକୁ ସ୍ଥାନୀୟ ଅଂଚଳବାସୀ ଯଥା ବାଙ୍କିଆ, ତୁଳସୀଟୋଲା, ଲୁହାକେରା, ରୁଗଡା ବସ୍ତି, ବନପୋଷ, ପ୍ରଧାନପାଲିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏକ ଦାବୀ ପତ୍ର ଦିଆଯାଇଛି ।

jittmm
Leave A Reply

Your email address will not be published.