pakka

କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ତଥା ଜଳ ଶକ୍ତି ଅଭିଯାନର ବଲାଙ୍ଗିର ଜିଲ୍ଲା କେନ୍ଦ୍ରୀୟ ନୋଡାଲ ଅଧିକାରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ଓ କ୍ଷେତ୍ର ପରିଦର୍ଶନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ତଥା ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ଥିବା ଜଳ ଶକ୍ତି ଅଭିଯାନର କେନ୍ଦ୍ରୀୟ ନେଡାଲ ଅଧିକାରୀ ଡ. ସିଏସ୍‌ କୁମାର ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଡିଆର୍‌ଡିଏ କାର୍ଯ୍ୟାଳୟରେ ଥିବା ଜଳ ଶକ୍ତି କେନ୍ଦ୍ର ପରିଦର୍ଶନ କରି ବଲାଙ୍ଗିର ଜିଲ୍ଲାରେ ଜଳ ଶକ୍ତି ଅଭିଯାନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ । ସେଠାରେ ସେ ଜଳ ଶକ୍ତି କେନ୍ଦ୍ର ଦ୍ୱାରା ପ୍ରକାଶିତ ଜଳ ସମାଚାର ପୁସ୍ତକକୁ ଉନ୍ମୋଚନ କରିଥିଲେ । ପରେ ସେ ସଇଁତଲା ବ୍ଲକ ଅନ୍ତର୍ଗତ କୁରୁମକେଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନରେ ଯାଇ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ହିତାଧିକାରୀମାନଙ୍କୁ ଦିଆଯାଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ତଦାରଖ କରିଥିଲେ । ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ସରପଞ୍ଚ ସମିତି ସଭ୍ୟ ଓ ୱାର୍ଡ ମେମ୍ବରମାନଙ୍କ ସହିତ ଗ୍ରାମ ସଭା ବୈଠକ, ଷ୍ଟାଣ୍ଡିଙ୍ଗ କମିଟି ବୈଠକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଖସଡା, ଇଣ୍ଟରନେଟର ଉପଲବ୍ଧତା ଆଦି ଉପରେ ଆଲୋଚନା କରିବା ସହ ହରିତ୍‌ ଉର୍ଜା ମାଧ୍ୟମରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନ ୱାଡି କେନ୍ଦ୍ର ଇତ୍ୟାଦି ସ୍ଥାନମାନଙ୍କରେ ସୋଲାର ପ୍ଲାଣ୍ଟ ସ୍ଥାପନ ନିମନ୍ତେ ପରାମର୍ଶ ଦେଇଥିଲେ ଓ ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସଇଁତଲା ବ୍ଲକ ଅନ୍ତର୍ଗତ କରମତଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ତୁସ୍ତାପାଲି ଗ୍ରାମକୁ ଯାଇ ପ୍ରଧାନ ମନ୍ତ୍ରୀ କୃଷି ସିଚାଇ ଯୋଜନା, ଏମ୍‌ଏନ୍‌ଆର୍‌ଇଜିଏସ୍‌ ଜରିଆରେ ଚାଷୀମାନେ କରିଥିବା ଡ୍ରିପ୍‌ ଜଳ ସେଚନା ସହ ଟିସୁ କଲ୍‌ଚର କଦଳୀ ଚାଷ ଓ ଆମ୍ବ ବଗିଚା ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ବଜାର ବ୍ୟବସ୍ଥା, ଆୟ ଏବଂ ଚାଷ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଚାଷୀମାନେ ଜଳ ସେଚନର ସୁବିଧା କରିବା ନିମନ୍ତେ କେନ୍ଦ୍ରୀୟ ନୋଡାଲ ଅଧକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଠାରୁ ସେ ଟିଟିଲାଗଡ ଯାଇ ଟିଟିଲାଗଡ ସହର ସ୍ଥିତ ଏଲ୍‌ଆଇସି ଅଫିସ୍‌ ନିକଟରେ ଥିବା ଚେକ୍‌ ଡ୍ୟାମ ପରିର୍ଦାନ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିବା ସହ ଚେକ୍‌ ଡ୍ରାମରେ ପଶରି ଯେପରି ରହିପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପରେ ସେ ଟିଟିଲାଗଡ ସହର ସ୍ଥିତ ମହାରାଜା ସାଗର ପ୍ରକଳ୍ପ ପରିଦର୍ଶନ କରିବା ସହ ଏହାର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟକରଣ ନିମନ୍ତେ କରାଯାଉଥିବା କାର୍ଯ୍ୟର ଅନୁଧ୍ୟାନ କରିଥିଲେ । କେନ୍ଦ୍ରୀୟ ନୋଡାଲ ଅଧିକାରୀ ଡ. ସି ଏସ୍‌ କୁମାରଙ୍କ ଏହି ଗସ୍ତ ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ବୈଜ୍ଞାନିକ ବିଭୂତି ଭୂଷଣ ସାହୁ, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ପିଡି ଡିଆର୍‌ଡିଏ ଡ. ଗୁଣନିଧି ନାଏକ, ପିଡି ଡୁଡା ସୁଦର୍ଶନ ସାଏ ପ୍ରମୁଶ ଉପସ୍ଥିତ ଥିଲେ । ମହାରାଜା ସାଗର ପ୍ରକଳ୍ପ ସ୍ଥଳରେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ, ଉପାଧ୍ୟକ୍ଷା ପୁଷକପା ମଞ୍ଜରୀ ଜାଲ, ବିଭିନ୍ନ ୱାର୍ଡର ୱାର୍ଡ ମେମ୍ବରମାନେ ଉପସ୍ଥିତ ରହି କେନ୍ଦ୍ରୀୟ ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ୫ଟି ଅଧିନରେ ରୂପାନ୍ତରିତ ହୋଇଥିବା ଟିଟିଲାଗଡ ସହର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ସ୍ମାର୍ଟ କ୍ଲାସରୁମ, ଇ ଲାଇବ୍ରେରୀ, ବିଜ୍ଞାନଗାର ପରିଦର୍ଶନ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷାଦାନ ବ୍ୟବସ୍ଥା, ଭତ୍ତିଭୂମି ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ସ୍ମାର୍ଟ କ୍ଲାସରୁମ୍‌ରେ ନବମ ଶ୍ରେଣୀ ଗଣିତ ବିଷୟରେ ଶିକ୍ଷକ ପଢାଉଥିବା ସମୟରେ ଛାତ୍ରମାନଙ୍କ ସହ ପଢାଯାଉଥିବା ବିଷୟ ସମ୍ପର୍କରେ ଛାତ୍ରମାନଙ୍କ ଜ୍ଞାନ ପରୀକ୍ଷା କରିଥିଲେ । ସେହିପରି ସ୍ମାର୍ଟ କ୍ଲାସ ରୁମ୍‌ରେ ଦାମ ଶ୍ରେଣୀ ଭୂଗୋଳ ପଢାଯାଉଥିବା ବେଳେ ଛାତ୍ରମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଇ-ଲାଇବ୍ରେରୀରେ ଯଥା ଶୀଘ୍ର କମ୍ପ୍ୟୁଟର ବ୍ୟବସ୍ଥା କରିବା ସହ ଇଣ୍ଟରନେଯ ସଂଯୋଗୀକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମକୁ ଯାଇ ସେଠାରେ ନିର୍ମାଣ କରାଯାଉଥିବା ଅମୃତ ସରୋବରର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଖୋଲାନ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ । ଖୋଲାନର ଅମୃତ ସରୋବରର ନିର୍ମାଣ କାର୍ଯ୍ୟଉପରେ ସେ ସନ୍ତୋଷ ପ୍ରକାଶ କରିବା ସହ ଏହାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ପରେ ସେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିକିରି ଗ୍ରାମକୁ ଯାଇ ସେଠାରେ ନିର୍ମାଣ କରାଯାଇଥିବା ଅମୃତ ସରୋବର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଅମୃତ ସରୋବର ଆଡିରେ ବୃକ୍ଷ ରୋପଣ କରିବାକୁ ସେ ପରାମର୍ଶ ଦେଇଥିଲେ ।

jay balangir
Leave A Reply

Your email address will not be published.

nineteen + four =

error: Content is protected !!