pakka

ଡେଲାଙ୍ଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ବନ ମହୋତ୍ସବ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିବାଳ । ଉକ୍ତ ସଭାରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ବାସନ୍ତୀ ସାହୁ, ଡେଲାଙ୍ଗ କୋଠବାଡ ସରପଞ୍ଚ ଦିପକ କୁମାର ସାହୁ, ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ମହାନ୍ତି, ଅପର୍ତ୍ତୀ ମହାପାତ୍ର, ପରିବେଶ କର୍ମି ତଥା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର ସଭାପତି ମିଟୁ କିଶୋର ପ୍ରଧାନ, ଡେଲାଙ୍ଗ ମଣ୍ଡଳ ସହ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା, ବିଦ୍ୟାଳୟର ଶିକ୍ଷକ ଧ୍ରୁବଚରଣ ବରାଳ, ଜ୍ୟୋତିରଞ୍ଜନ ନାଥ, ରମେଶ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ବେହେରା, ଖୁର୍ସିଦ ମହମ୍ମଦ,‌ ଶିକ୍ଷୟିତ୍ରୀ ମୀନା ମଙ୍ଗରାଜ, ବୀଜୟଲକ୍ଷ୍ମୀ ଖଟୋଇ, କାଦମ୍ବିନୀ ସାହୁ, ଲିନାରାଣୀ ସ୍ଵାଇଁ, ଝରଣା ଦାସ, ସୁମିତ୍ରା ରାଉତରାୟ, ବିଦ୍ୟାଳୟର କର୍ମଚାରୀ ମାନସ ରଞ୍ଜନ ବଡ଼ଜେନା, ଲଳିତ ମୋହନ ଜେନା, ସୁକାନ୍ତ କୁମାର ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଉପେନ୍ଦ୍ର ବେହେରା, ପ୍ରଦୀପ କୁମାର ବାରିକ, ଓ୍ଵାର୍ଡ ସଭ୍ୟ ଜିତେନ୍ଦ୍ର ସେଠୀ ପ୍ରମୁଖ ଓ ବିଦ୍ୟାଳୟର ବକ୍ତାମାନେ ଗଛ ଲଗାଇବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଗଛ ହିଁ ଜୀବନ । ଗଛ ନରହିଲେ ଭବିଷ୍ୟତରେ ପୃଥିବୀରେ କିଭଳି ବିପର୍ଯ୍ୟୟ ଘଟିବ ତା ଉପରେ ଆଲୋକପାତ କରିଥିଲେ । ସନ୍ତୋଷ କୁମାର ମହାନ୍ତି ପରିବେଶ ଉପରେ ଏକ କବିତା ଆବୃତ୍ତି କରିଥିଲେ । ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ଉମେଶ ଚନ୍ଦ୍ର ଦାସ । ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ଶ୍ରୀମତୀ ଝରଣା ଦାସ । ପରିଶେଷରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା ।

jay balangir
Leave A Reply

Your email address will not be published.

7 − 2 =

error: Content is protected !!