pakka

ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ଅଧିନସ୍ଥ ସମସ୍ତ ସଫେଇ କର୍ମଚାରୀଙ୍କ ପାଇଁ ଦୁଇ ଦିବସୀୟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମାନନୀୟା କଳ୍ପନା ମାଝୀ, ଅଧ୍ୟକ୍ଷ, ବରଗଡ଼ ପୌର ପରିଷଦ ଓ ଡ଼ା.ସାଧୁ ଚରଣ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପ୍ରତି ବର୍ଷ ଜୁଲାଇ ଓ ଫେବୃୟାରୀ ମାସରେ ଆୟୋଜନ କରାଯାଏ । ଏହି ଶିବିରରେ ସମସ୍ତ ପ୍ରକାର ନିଃଶୁକ୍ଳ ପ୍ରାଥମିକ ସ୍ୱାସ୍ଥ୍ୟ ଜନିତ ଚିକିତ୍ସା ପରାମର୍ଶ ସହିତ ରୋଗ ନିରୂପଣ, ଔଷଧ ବିତରଣ ଓ ପ୍ରତିଷେଧକ ଟୀକା ଯଥା ଟି ଟି ଦିଆ ଯାଇଥାଏ । ଉକ୍ତ ଶିବିରଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ହାଟପଦା ଓ ଷ୍ଟେସନପଡ଼ାରୁ ଡ.ନୁପୁର ପାଢ଼ୀ ଓ ଡ.ସନ୍ଦୀପ ତ୍ରିପାଠୀଙ୍କ ସହ ବିଭିନ୍ନ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜକୁମାର ଗୁପ୍ତା, ଭାରପ୍ରାପ୍ତ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ତୁଷାର ନାୟକ, ସହାୟକ ସହରାଞ୍ଚଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ଓ ଚନ୍ଦ୍ରକାନ୍ତ ପଣ୍ଡା, ଜନସ୍ୱାସ୍ଥ୍ୟ ପରିଚାଳକ ଆଦି ଉପସ୍ଥିତ ଥିଲେ । ଏହି ଶିବିରକୁ ସଫଳ କରିବା ପାଇଁ ପୌର ପରିଷଦ କାର୍ଯ୍ୟାଳୟ ତରଫରୁ ସୁଶାନ୍ତ ଦାଶ, ତୁଷାର ପଣ୍ଡା, ନବ ବାରିକ, ଶ୍ରୀରାମ ପଣ୍ଡା ଆଦି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

15 + seventeen =

error: Content is protected !!