pakka

ରକ୍ତ ପୃଥକୀକରଣ ବିଭାଗକୁ କାର୍ଯ୍ୟକ୍ଷମ ପାଇଁ ପୁଣି ଦାବୀ ଜଣାଇଲା ନିଷ୍ଠା ପରିବାର

bbehera

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନରୁ ବରଗଡ଼ ଜିଲ୍ଲାର ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପୃଥକୀରଣ ବିଭାଗର ଶୁଭ ଉଦ୍‌ଘାଟନ ହୋଇ ସ୍ଥାଣୁ ଅବସ୍ଥାରେ ପଡିଅଛି । ଏ ନେଇ ନିଷ୍ଠା ପରିବାର ତରଫରୁ ଅନେକ ଥର ଦାବୀ ତଥା ଧାରଣା ଦିଆଯାଇଥିଲା । ଧାରଣାକୁ ବରଗଡ଼ ଜିଲ୍ଲାର ଅନେକ ସାମାଜିକ ସଂଗଠନ ସମର୍ଥନ ଜଣାଇ ଅସନ୍ତୋଷ ପ୍ରକାଶ କରିଥିଲେ । ସୂଚନା ଅନୁସାରେ ଧାରଣା ସ୍ଥଳରେ ତତ୍‌କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଲିଖିତ ପ୍ରତିଶୃତି ଦେଲେ ଯେ, ଦୁଇ ମାସ ମଧ୍ୟରେ ଏହା ନିଶ୍ଚିତ ଭାବରେ କାର୍ଯ୍ୟକ୍ଷମ ହେବ । କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ପୂର୍ବବତ ରହିଅଛି । ସମସ୍ତ ହସ୍ପିଟାଲ କତୃପକ୍ଷ ସେପାରେସନ୍‌ ବ୍ଲଡ ଲେଖୁଥିବା ବେଳେ ରୋଗୀ ଓ ସମ୍ପର୍କୀୟମାନେ ବହୁତ ହଇରାଣ ହେବା ସହ ଅନେକ ଖର୍ଚ୍ଚାନ୍ତର ହେଉଥିବା ଅଭିଯୋଗ ହେଉଛି । ତେଣୁ ଆଜି ପୁଣି ଥରେ ନିଷ୍ଠା ପରିବାରର ଏକ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲାପାଳ ମନିଷା ବେନାର୍ଜିଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରି କହିଛନ୍ତି ଯେ, ଯଦି ଆଗାମୀ ସାତ ଦିନ ମଧ୍ୟରେ ରକ୍ତ ପୃଥକୀକରଣ ବିଭାଗ କାର୍ଯ୍ୟକାରୀ ନ ହୁଏ ତେବେ ବରଗଡ଼ ଜିଲ୍ଲାର ସମସ୍ତ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ସହଯୋଗରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ । ଆଜିର ପ୍ରତିନିଧି ଦଳରେ ନିଷ୍ଠା ପରିବାରର ସଂପାଦକ ଲୋକନାଥ ସାହୁ, ଉପଦେଷ୍ଟା ଅଶ୍ୱନୀ ତ୍ରିପାଠୀ, ଶୋଭନ ରଥ, ଅମନ ଦେହୁରୀ, ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା ଓ ରୀନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

14 − 7 =