pakka

ଲୋଇସିଂହାର ପୂର୍ବ ସରପଞ୍ଚଙ୍କ ପରଲୋକ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ପୂର୍ବତନ ସରପଂଚ ତଥା ତେଲି ସମାଜର ପୂର୍ବ ସଭାପତି ବିଜୟ କୁମାର ସାହୁଙ୍କ ସୋମବାର ସନ୍ଧ୍ୟାରେ ୮୫ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । କିଛି ମାସ ପୂର୍ବରୁ ତାଙ୍କର ସାନପୁଅଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ, ବଡ଼ପୁଅ ରବୀନ୍ଦ୍ର, ବୋହୁ, ନାତିନାତୁଣୀ ତଥା ଜ୍ଞାତି ପରିଜନ ଉପସ୍ଥିତ ଥିଲେ । ଆସନ୍ତାକାଲି ମଙ୍ଗଳବାର ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

9 + fifteen =