jsm

ପତ୍ରାପାଲି(ଖ) ଜୟ ଡଙ୍ଗରବୁଢ଼ା ଫୁଟବଲ ମ୍ୟାଚ ଉଦଯାପିତ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(ଖ) ପଞ୍ଚାୟତ ଖେରଟ ଗ୍ରାମ ନିକଟସ୍ଥ ଖେଳ ପଡିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ୍‌ ଖେଳରେ ନାରେନ୍ ଦଳ ୨-୦ ଟ୍ରାଇବ୍ରେକର ଯୋଗେ ସମାଚୁଆଁ ଦଳକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦଯାପନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି, ପୁର୍ବ ଜିଲ୍ଲା ପରିଷଦ ସଦସ୍ୟ ବେଳାରସେନ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ପୁର୍ବ ସରପଞ୍ଚ ତେଜରାଜ ଲୁହା, ଅଗସ୍ତି ବାଗ, ଯଦୁ ତାଣ୍ଡି, ବନମାଳୀ ନାଗ, ସୁଧା ନାଗ ଓ ସୁଦାମ ନାଗ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅଫ ଦଳକୁ ପୁରସ୍କୃତ କରିଥିଲେ । ଆୟୋଜକ କମିଟିର ଯୁଧା ନାଗ, ରମେଶ ନାଗ, ଚନ୍ଦ୍ରମଣି ହାତୀ, ସୁରେଶ ଗହୀର, ଲକ୍ଷ୍ମୀଧର ନାଗ, ଜିତେନ ନାଗ, ରାଷ୍ଟ୍ର ହାତୀ, ବିଜେ ନାଏକ, କଳ୍ପ ଜାନୀ, କ୍ଷୀର ଘିବେଲା, ଗୁଡୁ ନାଗ, ରଥ ଘିବେଲା, ରୂପେଶ ହାତୀଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.