csstore

ଯାଜ୍ଞସେନୀ ତରଫରୁ ପଣା ସକ୍ରାନ୍ତି ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୃଜନଶୀଳା ନାରୀ, ସଚେତନତାର ପୃଥକ ପରିଭାଷା ପାଇଁ ସୃଷ୍ଟି ହୋଇଥିବା ମହିଳାଙ୍କ ଦ୍ବାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଯାଜ୍ଞସେନୀ ତରଫରୁ ଓଡିଆ ନବବର୍ଷ ଉପଲକ୍ଷେ ପଣା ସଂକ୍ରାନ୍ତି ସେକ୍ଟର ୧୭ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦିକା ନୀନାରାଣୀ ଜେନାଙ୍କ ଆବାହକତ୍ୱ ଓ ସାଗରିକା ଜେନାଙ୍କ ମଂଚ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡଃ କିଶୋରୀ ଦାଶ ଓ ମୁଖ୍ୟବକ୍ତା ଭାବେ କବି ଅଶୋକ କୁମାର ପଟ୍ଟନାୟକ ଯୋଗଦେଇ ପଣା ସକ୍ରାନ୍ତିର ଐତିହ୍ୟ ଓ ଓଡିଆ ନବବର୍ଷ ପାଳନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ମେହେନ୍ଦୀ, ପିଠା ଓ ଓଡିଆଣୀ ବୋହୁ ପ୍ରତିଯୋଗିତା କରାଯାଇ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର ସହ ପୁରସ୍କୃତ କରାଯାଇଥିଲା । ଦ୍ବିତୀୟ ପର୍ୟ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ରଶ୍ମି ସାହୁ, ରୀନା ସ୍ବାଇଁ, ବିଭୁ ନାୟକ, ସାଗରିକା ଜେନା ଓ ଉଷାରାଣୀ ଶତପଥୀ ପ୍ରମୁଖ କବିତା ପାଠ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଜୟଶ୍ରୀ ବିଶ୍ବାଳ, ଭାରତୀ ସିଂହ, ଅଳକା ମହାନ୍ତି, ଆରତୀ ମିତ୍ର, ସଂଯୁକ୍ତା ମହାପାତ୍ର, ସବିନା ମହନ୍ତ, ନିବେଦିତା ରାଉତ, ପୂର୍ଣ୍ଣିମା ପି ପାତ୍ର, ଅଶୋକ ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂପାଦିକା ଶ୍ରୀମତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.