pakka

ଠେମରା ଓ ଅଲଣ୍ଡା ମଝିରେ ଥିବା ଟଙ୍ଗ ଜୋରରେ ବ୍ରିଜ ନିର୍ମାଣ ପାଇଁ ମାଟି ଟେଷ୍ଟିଂ, ଲୋକଙ୍କ ମଧ୍ୟରେ ଖୁସିର ଲହରୀ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ ଓ ଅଲଣ୍ଡା ପଞ୍ଚାୟତ ମଝିରେ ବହି ଯାଇଥିବା ଟଙ୍ଗ ଜୋର ଏବେ ଏ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଦୁଃଖ ପାଳଟିଛି । ଏହି ଜୋର ପାଇଁ ଟିଟିଲାଗଡ ବ୍ଲକର ଚାଣ୍ଟିପଲା, ଅଇଁଲାଭଟା, ମୁରିବାହାଲ ବ୍ଲକର ଲେବଡା, ପିଠାପଡା, ଟୋଟୋପଡା ଓ ବଙ୍ଗୋମୁଣ୍ଡା ବ୍ଲକର ଠେମରା, ଜାମପରା, ଉତ୍କେଲା ଆଦି ତିନୋଟି ବ୍ଲକର ସୀମାନ୍ତରେ ଥିବା ଗ୍ରାମର ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉଦାହରଣ ସ୍ୱରୂପ ଠେମରାରୁ ଅଲଣ୍ଡା ଦେଇ ସିନ୍ଧେକେଲାକୁ ମାତ୍ର ୭ କିଲୋମିଟର ଥିବାବେଳେ ଝରିଆଲ ଦେଇ ବୁଲିକି ଆସିଲେ ୧୭ କିଲୋମିଟର ପଡେ । ଦୈନନ୍ଦିନ ଜୀବନରେ ଦରକାର ହେଉଥିବା ସାମଗ୍ରୀ କିମ୍ବା ଶିକ୍ଷା, ସ୍ୱାସ୍ଥ୍ୟ ଓ ଥାନା କାମ ପାଇଁ ଠେମରା ପଞ୍ଚାୟତର ଲୋକେ ସିନ୍ଧେକେଲା ଉପରେ ନିର୍ଭର କରିଥାନ୍ତି । ସେହିଭଲି ଭାବେ ଟିଟିଲାଗଡ ବ୍ଲକର ଅଦାବାହାଲ ପଞ୍ଚାୟତର ଲୋକେ ସିନ୍ଧେକେଲା ଥାନା ଉପରେ ନିର୍ଭରଶୀଳ । ଏମାନଙ୍କୁ ସିନ୍ଧେକେଲାକୁ ଠେମରା, ଅଳଣ୍ଡା ଦେଇ ୧୨ କିଲୋମିଟର ପଡୁଥିବା ବେଳେ ପଥର୍ଲା ଦେଇ ପାଖାପାଖି ୨୦ କିଲୋମିଟର ପଡେ । ତିନୋଟି ବ୍ଲକର ସୀମାନ୍ତରେ ଥିବା ଏହି ଗାଁମାନଙ୍କ ମଧ୍ୟରୁ ଅଧିକାଂଶ ଗାଁର ଲୋକଙ୍କ ଅଧିକାଂଶ ସମ୍ପର୍କୀୟ ସିନ୍ଧେକେଲା ଅଞ୍ଚଳରେ ଥିବାରୁ ଦୈନନ୍ଦିନ ବହୁ ଲୋକ ସିନ୍ଧେକେଲା ଉପରେ ନିର୍ଭର କରନ୍ତି । ହେଲେ ଏହି ଟଙ୍ଗ ଜୋର ଯୋଗୁଁ ଏ ଅଞ୍ଚଳର ଲୋକେ ଅଧିକ କିଲୋମିଟର ବୁଲିକି ଯିବା ପାଇଁ ବାଧ୍ୟ । ସେଥିପାଇଁ ଏହି ଟଙ୍ଗ ଜୋର ଉପରେ ଏକ ବ୍ରିଜ ନିର୍ମାଣ କରି ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ସହ ଅଲଣ୍ଡା ସରପଞ୍ଚ ବାରମ୍ବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏହାକୁ ନେଇ ବିଧାୟକ ଶ୍ରୀ ସାଲୁଜା ବିଧାନସଭା ଏବଂ ଷ୍ଟାଣ୍ଡିଂ କମିଟି ୯ରେ ବାରମ୍ବାର ପ୍ରଶ୍ନ ଉଠାଇଥିଲେ, ଯାହାଫଳରେ ସୋମବାର ସୋଏଲ ଟେଷ୍ଟିଂ ବିଭାଗର ଏକ ଟେକ୍‌ନିକାଲ ଟିମ୍‌ ପହଞ୍ଚି ଟଙ୍ଗ ଜୋରରେ ମାଟି ଟେଷ୍ଟ କରୁଥିବା ଦେଖି ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଯାଇଛି । ତେବେ ଏ ବିଷୟରେ ବିଧାୟକ ଶ୍ରୀ ସାଲୁଜାଙ୍କ ପ୍ରତିକ୍ରିୟା ନେବାରୁ ସେ ଅତି ଶୀଘ୍ର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି । ଟେଷ୍ଟିଂ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ଯୁବ ନେତା ନିତ୍ୟାନନ୍ଦ ପୃଷେଠ, ପ୍ରଦୀପ ଭୋଇ, ସମାଜସେବୀ ଅନିଲ କୁମାର ତ୍ରିପାଠୀ, ସଞ୍ଜୀବ କୁମାର ଛୁରା, ହେମନ୍ତ ସାହୁ, ଅଲଣ୍ଡା ପଞ୍ଚାୟତ ୱାର୍ଡ ସଭ୍ୟ ଶୀଘ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

fourteen − 3 =