csstore

ଜିଲ୍ଲା ପ୍ରଶାସନ ଦ୍ୱାରା ୯୨ ବସ୍ତା ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସବ ଡିଭିଜନ ସ୍କ୍ୱାର୍ଡ ଦ୍ଵାରା ରଞ୍ଜିତ ସାହୁଙ୍କ ୩୪.୪୮ କୁଇଣ୍ଟାଲ ଧାନ (୯୨ ବସ୍ତା) ଟ୍ରାକ୍ଟର ନମ୍ବର ଓଡି ୦୩ ଏଲ୍‌ ୮୬୦୯ ଟ୍ରଲି ସହ ରୁଷୁଡା–ତୁଷୁରା ରାସ୍ତାରୁ ଦେଓଗାଁ ଯୋଗାଣ ନିରୀକ୍ଷକ ଜବତ କରିଛନ୍ତି । ସେହିପରି ବଲାଙ୍ଗିର ସବ ଡିଭିଜନ ସ୍କ୍ୱାର୍ଡ ଦ୍ଵାରା ଶ୍ରଦ୍ଧାକର ମାଝୀଙ୍କ ଠାରୁ ୪୦ ବସ୍ତା ଧାନ ଡାହିମାଲ ଛକରେ ୪୦୭ ଗାଡି ସହ ଦେଓଗାଁ ଯୋଗାଣ ନିରୀକ୍ଷକ ଜବତ କରିଛନ୍ତି । ତୁଷୁରା ଏନ୍‌ଏସି ଅନ୍ତର୍ଗତ କପସିଲାର ଦୁର୍ଯ୍ୟୋଧନ ବେହେରାଙ୍କ ଗୋଦାମରୁ ୪୧୨ ବସ୍ତା ଧାନ ଟ୍ରାକ୍ଟର ସହ ବଲାଙ୍ଗିର ସବଡିଭିଜନ ସ୍କ୍ୱାର୍ଡର ଉପସ୍ଥିତିରେ ଦେଓଗାଁ ଯୋଗାଣ ନିରୀକ୍ଷକ ଜବତ କରିଛନ୍ତି ।

jayashree
Leave A Reply

Your email address will not be published.