pakka

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

bbehera
  • ସ୍ପୋର୍ଷ୍ଟ ହଷ୍ଟେଲକୁ ହରାଇ ତେନ୍ତୁଳିଖୁଣ୍ଟି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମ ଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ଆନୁକୂଲ୍ୟରେ ତୃତୀୟ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁଇଁନ୍ତଳା ଗ୍ରାମ ପଞ୍ଚାୟତ ସରପଞ୍ଚ ଦେବକୀ ସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୁଇଁନ୍ତଳା ବ୍ଲକ କର୍ମବୀର ଆଦର୍ଶ ଚାଷୀ ତଥା ସମାଜସେବୀ ସଞ୍ଜୀବ ରଞ୍ଜନ ସେଠ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ସଂସଦ ଫୁଟବଲ ସଂପାଦକ ହେମନ୍ତ ବେହେରା ଓ ବରିଷ୍ଠ ସଦସ୍ୟ ଡା. ଶିଦେ୍ଧଶ୍ୱର ମିଶ୍ର ମଞ୍ଚାସୀନ ଥିଲେ । କମିଟି ସଂପାଦକ ଅଭିମନ୍ୟୁ ପାଣ୍ଡେଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଖେଳରେ କମିଟି ସଭାପତି ନାରାୟଣ ବିଶ୍ୱାଲ ଅଧ୍ୟକ୍ଷତା କରିଥିଲେ । ଆଜିର ଖେଳରେ ତେନ୍ତୁଳିଖୁଣ୍ଟି ୨-୦ ଗୋଲରେ ସ୍ପୋର୍ଷ୍ଟ ହଷ୍ଟେଲକୁ ହରାଇ ବିଜୟୀ ହୋଇଥିଲେ । କମିଟିର ବିଶ୍ୱନାଥ ସୁନା, ଜନାର୍ଦ୍ଦନ ପାଣ୍ଡେ, କହ୍ନାଇ ଗଡତିଆ, ପ୍ରଶାନ୍ତ ପଧାନ, ସୂର୍ଯ୍ୟମଣୀ ସୁନା, ତଷା ନାଗ, ସଚ୍ଚିଦାନନ୍ଦ ଭୁକ୍ତା, ସିଙ୍କୁ ପଧାନ, ଗୋପାଲ ବିଶ୍ୱାଲ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

15 − fourteen =