pakka

ନିର୍ବାଚନ ପରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସଂଗ୍ରାମୀ ସ୍ମାରକୀପୀଠ ଉଦ୍‌ଘାଟନ ହେବ : ସଭାପତି ସୁବାସ ପଣ୍ଡା

bbehera

ରମ୍ଭା, (କେପିଏନ୍‌ଏସ୍‌) : ଶୁକ୍ରବାର ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନ ପରିସରରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ସଂଗ୍ରାମୀ ସ୍ମାରକୀ ପୀଠର ଏକ ସାଧାରଣ ବୈଠକ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୧୩୨ତମ ଜନ୍ମ ଜୟନ୍ତୀରେ ସୁବାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ପୁଷ୍ପମାଲ୍ୟ ପ୍ରଦାନ ସହ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ୪୧ଗୋଟି ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ବସିବା ସହ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ସ୍ୱାମୀଜୀ ସମସ୍ତ ପ୍ରକାର ସାହାର୍ଯ୍ୟ ସହଯୋଗ ସହ ସମ୍ପୂର୍ଣ୍ଣ ସହାୟତା ଦେବା ପାଇଁ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଧାକାନ୍ତ ଦାସ, ଡ଼. ପ୍ରଭାକର ତ୍ରିପାଠୀ, ଦୈନିକ ସମ୍ୱାଦପତ୍ର ନବୀନର ସମ୍ପାଦକ ରବି ରଥ, ପ୍ରସାଦ ରାଓ, ନିରଞ୍ଜନ ତ୍ରିପାଠୀ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏଥି ସହିତ ଆଗାମୀ ପରବର୍ତ୍ତୀ ବୈଠକ ୧୫/୦୫/୨୦୨୪ ରିଖ ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ରମ୍ଭାରେ ହେବା ପାଇଁ ସ୍ଥିରୀକୃତ ହୋଇଛି । ଏଥି ସହିତ ଅନେକ ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ବୈଠକରେ ଅଭିମନ୍ୟୁ ସାହୁ (ଅଧ୍ୟକ୍ଷ), ଏମ୍‌. ନରସିଂହ ସୁବୁଦ୍ଧି, କେ. ସୁଶାନ୍ତ କୁମାର ପାତ୍ର (କୋଷାଧକ୍ଷ), ଚନ୍ଦ୍ରଶେଖର ନାୟକ, ରାମଚନ୍ଦ୍ର ବାଡ଼ତୀୟ ।, ଗୋପୀନାଥ ବେହେରା (ପ୍ରଧାନ ଶିକ୍ଷକ), ପ୍ରସନ୍ନ କୁମାର ମିଶ୍ର (ଅବସରପ୍ରାପ୍ତ ଅଧ୍ୟକ୍ଷ), ମହେଶ୍ୱର ବରାଳ (ପୂଜ୍ୟପୂଜା ସାହିତ୍ୟ ସଂସଦ ସମ୍ପାଦକ), ଚରଣ ଜେନା, ଜୟକୃଷ୍ଣ ତ୍ରିପାଠୀ, ବିଜୟ ଚନ୍ଦ୍ର ବିଶ୍ୱାଳ, ଭୀମସେନ ବେହେରା (ସମାଜସେବୀ), ଶେଷଦେବ ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଇଞ୍ଜିନିଅର, ଗାଣମାଧ୍ୟମ ପ୍ରତିନିଧି, ସମାଜସେବୀ ଉପସ୍ଥିତ ରହିଥିଲେ । ଶେଷରେ ରାଜ୍ୟପାଳ ପୁରସ୍କାର ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଧନ୍ୟବାଦ୍‌ ଦେଇ ସଭାସାଙ୍ଗ କରିଥିଲେ । ସାମୁହିକ କାର୍ଯ୍ୟକ୍ରମକୁ ଉମେଶ ମହାନ୍ତି, ପଞ୍ଚାନନ ଖଟୁଆ, ଉମାକାନ୍ତ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

8 + 11 =

error: Content is protected !!