pakka

ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗ୍ରାମ ପଂଚାୟତଠାରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗ୍ରାମ ପଂଚାୟତଠାରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଚେତନତା ଶିବିର ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଜନସାଧାରଣଙ୍କୁ ଅବଗତ କରିବା ସହ ଯୋଜନାର ସୁଫଳ ନେଇଥିବା ହିତାଧିକାରୀଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ସରପଞ୍ଚ ଚନ୍ଦ୍ର କୁମାର ଷାଣ୍ଢ ଓ କେନ୍ଦୁପାଟି ଝାକର ଝାୟାଲାଲ ମାଝୀ ଏବଂ କେନ୍ଦୁପାଟି ପଂଚାୟତର ବିଜେଡି ସଭାପତି ରବିଚନ୍ଦ୍ର ପୋଡ଼ ପ୍ରମୁଖ ଯୋଗ ଦେଇଥିଲେ । ଲକ୍ଷ୍ମୀକାନ୍ତ ପୋଡ଼ ଓ ଛାତ୍ରଛାତ୍ରୀମାନେ ସଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଅତିଥିଙ୍କ ଦ୍ୱାରା ପୁରସ୍କାର ଗ୍ରହଣ କରିଥିଲେ । ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା କେନ୍ଦୁପାଟି ପଂଚାୟତ ମିଶନ ଶକ୍ତି ମହିଳା ଗୋଷ୍ଠୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

19 + 2 =