pakka

ଗୋବିନ୍ଦପୁର ଗ୍ରାମରେ ହରଡମଣ୍ଡି ଉଦ୍‌ଘାଟିତ

bbehera

ଗୋବିନ୍ଦପୁର, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକର ଗୋବିନ୍ଦପୁରଠାରେ ଏକ ହରଡମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଚଳିତ ବର୍ଷରେ ଖରିଫ ଋତୁରେ ବ୍ୟାପକ କୃଷି ଯୋଜନାରେ ବଲାଙ୍ଗିର ଜିଲ୍ଲାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇକାର୍ଡର ମିଳିତ ପ୍ରୟାସରେ ୫୬୩ ହେକ୍ଟରରେ ହରଡ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ଚଳିତ ବର୍ଷ ହରଡର ପ୍ରାମାଣିକ ବିହନ ଉତ୍ପାଦମାନଙ୍କଠାରୁ ସରକାରଙ୍କ ଘୋଷିତ ୯୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ସିଧାସଲଖ ମଣ୍ଡିରେ କ୍ରୟ କରିପାରିବେ । ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ୧୪୦୦ କ୍ୱିଣ୍ଟାଲ ପ୍ରାମାଣିକ ବିହନ କ୍ରୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିହନ ପ୍ରମାଣିକ ଅଧିକାରୀ ମୋହିତ ରଣା କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାରେ ହରଡ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ସରକାର ମଧ୍ୟ ପ୍ରତି ବର୍ଷ ହରଡର ପ୍ରାମାଣିକ ବିହନର ସମର୍ଥନ ମୂଲ୍ୟ ବୃଦ୍ଧି କରି ଚାଲିଛନ୍ତି । ବିଗତ ବର୍ଷରେ ହରଡର ବଜାର ଚାହିଦା ବହୁମାତ୍ରାରେ ବଢିଛି । ଏଣୁ ଚାଷୀଭାଇ ମାନଙ୍କୁ ନିଜ ଢିପ ଜମିରେ ହରଡ ବିହନ ଉତ୍ପାଦନ କରି ଲାଭବାନ ହେବା ପାଇଁ ଶ୍ରୀ ରଣା ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

fifteen + two =