csstore

ଉପସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆର୍‌.ଦାମୋଦରପଲ୍ଳୀ ଉପସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରକୁ ଆଇଏଏସ୍‌ଓ ମାନ୍ୟତା ମିଳିଛି । ଏନେଇ ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସୁବିଧା ଏବଂ ବିଭିନ୍ନ ପ୍ରକାର ପରୀକ୍ଷା ଯୋଗାଇ ଦେବା, ଓପିଡ଼ି, ଆଇପିଡ଼ି, ଜରୁରୀକାଳୀନ ଚିକିତ୍ସା ସୁବିଧା, ନିରାମୟରେ ମାଗଣାରେ ଔଷଧ ପ୍ରଦାନ, ପରିବାର ନିୟୋଜନ, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବା, ଟୀକାକରଣ, ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ପରାମର୍ଶ ଏବଂ ଅଣସଂକ୍ରାମଣ ରୋଗ ନିୟନ୍ତ୍ରଣ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗୁଁ ଆଇଏଏସ୍‌ଓ ମାନ୍ୟତା ମିଳିଛି । ଆସନ୍ତା ୨୦୨୫ ମସିହା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଆଇଏଏସ୍‌ଓ ମାନ୍ୟତା ବଜାୟ ରହିବ ।

jayashree
Leave A Reply

Your email address will not be published.