csstore

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଲୋକସେବା ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ବ୍ଲକ୍ ସଭା ଗୃହଠାରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ଅବସରରେ ବ୍ଲକ୍‌ସ୍ତରୀୟ ଲୋକସେବା ଦିବସ ରବିବାର ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ବ୍ଲକ୍ ସରପଞ୍ଚ ସଂଘ ସଭାପତି ସିମାଞ୍ଚଲ୍ ପୁରୋହିତ ଯୋଗଦେଇ ପ୍ରଥମେ ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମୀଣ ବିକାଶ ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକା ଉପରେ ଆଲୋକପାତ ସହ ନିଜ ନିଜ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଗଢି ତୋଳିବାକୁ ଶପଥ ନେବାକୁ ଖପ୍ରାଖୋଲ ବିଡ଼ିଓ କହିଥିଲେ । ପଞ୍ଚାୟତିରାଜ ଆଇନ ଅନୁସାରେ ୨୯ଟି ବିଷୟ ପଞ୍ଚାୟତକୁ ହସ୍ତାନ୍ତର ହୋଇଥିବା ବେଳେ ସର୍ବାଙ୍ଗୀନ ବିକାଶ ସହଜ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର, ପଡ଼ିଆବାହାଲ ସରପଞ୍ଚ ଦେବାଶିଷ ସାହୁ, ଘୁନଶର ସରପଞ୍ଚ ଅନୁଶୟା ସାହୁ, ଦେବକାନ୍ତ ପାଣିଗ୍ରାହୀ, ରମେଶ ପାଢ଼ୀ, ରାଜକିଶୋର ନାଏକ, ମନୋଜ କେରକେଟା, ପ୍ରଶାନ୍ତ ନନ୍ଦ, ରାମନନ୍ଦ ବେହେରା, ବୁଲୁ ବାରିକ ପ୍ରମୁଖ ବ୍ଲକ୍ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅଭୟ ତ୍ରିପାଠୀ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.