pakka

ବିଜୁ ଜନତା ଦଳ ଲୋଇସିଂହା ତରଫରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଦ୍ୟ ବିଜୁ ଜନତା ଦଳ ଲୋଇସିଂହା ତରଫରୁ ଲୋଇସିଂହା ସ୍ଥିତ ସାପ୍ତାହିକ ବଜାର ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ସମାରୋହରେ ଲୋଇସିଂହା ବ୍ଲକ ବିଜୁ ଜନତା ଦଳ ସଭାପତି ହୃଦୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ସଭା ଆରମ୍ଭ ହୋଇଥିଲା । ଆଜିର ଦିନରେ ପ୍ରଥମେ ଲୋଇସିଂହା ହସ୍ପିଟାଲ୍‌ଠାରେ ରୋଗୀମାନଙ୍କୁ ଫଳମୂଳ ପ୍ରଦାନ ସହିତ ଆଗଲପୁରଠାରେ ଯୁବ ଛାତ୍ର ଜନତା ଦଳ ତରଫରୁ ବିଜୁବାବୁଙ୍କ ସ୍ମୃତି ଉଦ୍ଦେସ୍ୟରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ରିନବଚନ ଠାରୁ ଆଗଲପୁର ପର୍ଯ୍ୟନ୍ତ ରାଲି ହୋଇଥିଲା । ଏହି ସଭା କାର୍ଯ୍ୟରେ ମୁଖ୍ୟ ଅଥିତି ଭାବରେ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇ ବିଜୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅଥିତି ଭାବରେ ଜିଲ୍ଲା ପରିଷଦ ସଭ୍ୟା ଲିଳିମା ବେହେରା, ସଂଯୁକ୍ତା ବରିହା, ବୀଣାପାଣି ଦାସ, କୁମରମଣି ସେଟ, ପୁଇଁତଲା ବ୍ଲକ ଚେୟାରମ୍ୟାନ ସରୋଜ ପଧାନ, ଲୋଇସିଂହା ବ୍ଲକ ମହିଳା ସଭାପତି ଜୋସନାମଇ ନାଗ, ଆଗଲପୁର ବିଜେଡି ସଭାପତି ପଞ୍ଚୁ ପଧାନ, ଆଗଲପୁର ବ୍ଲକ ଭାଇସ ଚେୟାରମ୍ୟାନ ନିରୁପମା ପଧାନ ସମେତ ଲୋଇସିଂହା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ବିଜୁ ଯୁବ ଛାତ୍ର ମହିଳାର କର୍ମକର୍ତ୍ତା ଓ ଦଳର ବରିଷ୍ଠ କର୍ମକର୍ତ୍ତା, ସହଦେବ ସା, ଟଗର ପଧାନ, ଗୋବର୍ଦ୍ଧନ ସାହୁ ପ୍ରମୁଖ ଅନେକ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × four =